ପଟ୍ଟାମୁଣ୍ଡାଇରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ


ଓଡ଼ିଆ ସଂସ୍କୃତିରେ ମହାନ ଆଧ୍ୟାତ୍ମିକଧାରାର ପ୍ରତୀକ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପଟ୍ଟାମୁଣ୍ଡାଇର ପୁରପଲ୍ଲୀରେ ବିପୁଳ ଆନନ୍ଦଉଲ୍ଲାସର ସହିତ ମହାସମାରୋହରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଉତିକଣର ଚନ୍ଦ୍ରମଉଳି ମନ୍ଦିର ହରପାର୍ବତୀ ମନ୍ଦିର,ଭୋଳିବାବା ମଠ, ପତିତପାବନ ମନ୍ଦିର, ଲକ୍ଷେଶ୍ୱର ମହାଦେବ ମନ୍ଦିର, ହନୁମାନ ମନ୍ଦିର ଆଦି ବିଭିନ୍ନ ଦେବାଦେବୀ ପୀଠରେ ଜନ୍ମାଷ୍ଟମୀ ଉତ୍ସବ ପାଳନର ଅପୂର୍ଵ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୨୦ନଂ ୱାର୍ଡ ବେଲତଳ ଗୁଲନଗର ଗ୍ରାମସ୍ଥ ଗାୟତ୍ରୀ ପରିବାର ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, କାଉନସିଲର ରୀନାରାଣୀ ମଲିକ, ଯୁବନେତା ସଞ୍ଜୟ ଦାସ, ବାବୁ ମଲିକଙ୍କ ସମେତ ଗାୟତ୍ରୀ ପରିବାରର ମା ମାନେ ଯୋଗ ଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ସେହିପରି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପଟ୍ଟାମୁଣ୍ଡାଇ ପୁରପଲ୍ଲୀର ବିଭିନ୍ନ ଅଂଚଳରେ ବିପୁଳ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଶହ ଶହ ଶ୍ରଦ୍ଧାକୁମାନେ ଏହି ପବିତ୍ର ଅବସରରେ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚନା କରିବା ସହିତ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଜନ୍ମାଷ୍ଟମୀ ଉତ୍ସବ ପାଇଁ ପଟ୍ଟାମୁଣ୍ଡାଇର ବିଭିନ୍ନ ଦେବାଦେବୀ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।


Discover more from

Subscribe now to keep reading and get access to the full archive.

Continue reading