ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ନେଇ , ୧୦ କୋଟି ପୁରସ୍କାର ଘୋଷଣା


ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ ଲାଗି ୧୦କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ମୁଣ୍ଡକାଟ ପାଇଁ ଯଦି ଏହି ପୁରସ୍କାର ରାଶି ପର୍ଯ୍ୟାପ୍ତ ନ ହୁଏ ତେବେ ଏହାର ପରିମାଣ ସେ ବୃଦ୍ଧି କରିବେ ବୋଲି ପରମହଂସ କହିଛନ୍ତି । ପରମହଂସ କହିଛନ୍ତି ଯେ ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ ଦେଶର ୧୦୦କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ଏଥିପାଇଁ ସେ କ୍ଷମା ମାଗିବା ଦରକାର । ଦେଶରେ ଯେଉଁ ବିକାଶ ହେଉଛି ତାହା ସନାତନ ଧର୍ମ ଯୋଗୁଁ ହେଉଛି । ଉଦୟନିଧିଙ୍କ ମୁଣ୍ଡ କାଟ ଲାଗି ପରମହଂସ ସୋମବାର ଏକ ଭିଡିଓ ଜାରି କରିଥିଲେ । ଭିଡିଓରେ ଦେଖାଯାଇଛି ପରମହଂସ ଗୋଟିଏ ହାତରେ ଖଣ୍ଡା ଧରିଥିବାବେଳେ ଅନ୍ୟ ହାତରେ ଉଦୟନିଧିଙ୍କ ପୋଷ୍ଟର ଧରିଛନ୍ତି ।ଜାତୀୟ ଗଣମାଧ୍ୟମ ସୂଚନାରୁ ଜଣାଯାଇଛି ଯେ  । ଅନ୍ୟପଟେ ଡିଏମକେ ସମର୍ଥକମାନେ ସନ୍ଥଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସେହିପରି ଉଦୟନିଧି କହିଛନ୍ତି ଯେ ପରମହଂସ ଜଣେ ସାଧୁ ନୁହନ୍ତି । ଜଣେ ସାଧୁଙ୍କ ପାଖରେ ପୁରସ୍କାର ଦେବା ଲାଗି ଏତେ ଅର୍ଥ କେଉଁଠାରୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମାତ୍ର ୧୦ ଟଙ୍କାରେ ମୁଣ୍ଡ ପରିଷ୍କାର ହୋଇପାରିବ । ସେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରିବେ ବୋଲି ଉଦୟନିଧି କହିଛନ୍ତି । ଏହି ଘଟଣା ପରେ ପରମହଂସ ପୁରସ୍କାର ରାଶି ବଢ଼ାଇଦେବେ ବୋଲି ଘୋଷଣା କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading