ଆଧୁନିକ ଓଡିଶାର ନିର୍ମାତା ବସନ୍ତ ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧୋତ୍ସବ


ଓଡିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧୋତ୍ସବ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାନ ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁସରେ ସହରର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶନି ଘାଟଠାରେ ତିଳତର୍ପଣ ପୂର୍ବକ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ମୃତି କମିଟିର ସଭାପତି ଫକୀର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଏବଂ ମୁଖ୍ୟ ଉପଦେଷ୍ଟା ଉମାକାନ୍ତ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେର ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ କର୍ମ ପ୍ରବଣତା, ଦୃଢ ନିଷ୍ପତ୍ତି ଓ ସମୟାନୁବର୍ତ୍ତିତାର ଉଦାହରଣ ଦେଇ ପ୍ରକୃତରେ ସେ ଆଧୁନିକ ଓଡିଶାର ନିର୍ମାତ୍ତା ଥିଲେ ବୋଲି ଅଭିହିତ କରିଥିଲେ । ତାଙ୍କ ଆବର୍ତ୍ତମାନରେ କଂଗ୍ରେସର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଏବଂ ଏହି ସ୍ଥାନ ନିକଟ ଭବିଷ୍ୟତରେ ପୂରଣ ହେବା କଷ୍ଟ ବୋଲି ସେ କହିଥିଲେ । ସ୍ମୃତି କମିଟି ସଭାପତି ଶ୍ରୀ ଖଟୁଆ ସ୍ୱର୍ଗତ ବିଶ୍ୱାଳଙ୍କ କେନ୍ଦ୍ରାପଡା ଅଞ୍ଚଳରେ ସର୍ବାଙ୍ଗୀନ ଉନ୍ନତିରେ କିପରି ଭୂମିକା ଥିଲା ତାହା ବିଷଦ ଭାବେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକାରୀ ସଭାପତି ଶରତ କୁମାର ବେହୁରା ସ୍ୱର୍ଗତ ବିଶ୍ୱାଳଙ୍କ କୃତି ଓ କୀର୍ତ୍ତୀ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସମ୍ପାଦକ ମୁକ୍ତାର ଖାଁ ସ୍ୱର୍ଗତ ବିଶ୍ୱାଳ୮୍‌କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ । କୋଷାଧ୍ୟକ୍ଷ ସୁଶିଲ କୁମାର ସାମଲ ସ୍ୱର୍ଗତ ବିଶ୍ୱାଳଙ୍କ କେନ୍ଦ୍ରାପଡା ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କମିଟି ସଦସ୍ୟ ମହେନ୍ଦ୍ର କୁମାର ପରିଡା, ବସନ୍ତ କୁମାର ସେଠୀ, ସର୍ବେଶ୍ୱର ସେଠୀ, ସାମ୍ବାଦିକ ସଙ୍ଘର ସଭାପତି ପରେଶ ଦାସ, ଯୁବ କଂଗ୍ରେସ ସଭାପତି ରଶ୍ମୀ ପ୍ରଧାନ, ରମାନାଥ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ରମେଶ ଚନ୍ଦ୍ର ଦାସ, ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ ସାହୁ, ଅଶୋକ କୁମାର ମହାନ୍ତି, ବିଦୁଲତା ପଲେଇ, ପ୍ରଫୁଲ୍ଲ କୁମାର ସାହୁ(ଖ), ଉଦୟନାଥ ଚୈାଧୁରୀ, ଶ୍ରୀଧର ନାଥ, ବିଶ୍ୱଜିତ ରାୟ, ମନୋରଞ୍ଜନ ପାତ୍ର, ପ୍ରଦୀପ କୁମାର ମହାନ୍ତି, ଗୁଣନିଧି ଜଗତି, ମକୁ ଦାସଙ୍କ ସମେତ ଶତାଧିକ ବସନ୍ତ ବିଶ୍ୱାଳପ୍ରେମୀ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading