
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଂଚାୟତ ନୂଆଡିଆ ଶାରଦା ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇପଡ଼ିଛି । ଏହି ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ପ୍ରାୟ ୯୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଥି ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନିକଟରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଏହି ସ୍କୁଲକୁ ପାନୀୟ ଜଳ ସେବା ଉଦଘାଟନ କରିବାକୁ ଯାଇଥିବାବେଳେ ପ୍ରଧାନଶିକ୍ଷକ ଚିତରଞ୍ଜନ ବାରିକ,ପୂର୍ବତନ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସନାତନ ତରାଇ,ଅମୃତମଣୋହି ସରପଂଚ ପ୍ରତିନିଧି ସିଦ୍ଧାର୍ଥ ଦାସ, ସିଂହଗାଁ ସମିତିସଭ୍ୟ ଅଭୟ ସ୍ୱାଇଁ,ଯୁବସମାଜସେବୀ ଚିତରଞ୍ଜନ ଦାଶ, ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ବାରିକ, ପୂର୍ବତନ ପ୍ରଧାନଶିକ୍ଷକ ନବ କିଶୋର ପାଣି ଓ ରମେଶ ଦାଶ,ସହକାରୀ ଶିକ୍ଷକ ବୁଦ୍ଧଶ୍ୱର ପାତ୍ର ଓ ବାସନ୍ତୀଲତା ନାୟକ ସ୍କୁଲ ପରିଚାଳନା କମିଟି ସଦସ୍ୟ ମମତା ସାମଲ,ଶ୍ରଦ୍ଧାଞ୍ଜଳି ତରାଇ, ପ୍ରମିଳା ନାୟକ, ଆଶୁତୋଷ ବାରିକ, ଅମରେନ୍ଦ୍ର ବିଶ୍ୱାଳ ସୁମିତ୍ରା ସାମଲ ଅଲେଖ ତରାଇ , ନିହାର ରଞ୍ଜନ ବାରିକ,ସୁଲେଖ ତରାଇ, ଗୋଲେଖ ବିଶ୍ୱାଳ,ନିହାର ରଞ୍ଜନ ମଲ୍ଲିକ ମାଧୁରୀ ସ୍ୱାଇଁ, ରେଶମା ଦାସ,ସାବିତ୍ରୀ ପାତ୍ର,ସତ୍ୟଜିତ ପାତ୍ର, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେବା ସହିତ ଅବିଳମ୍ବେ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ବ୍ଲକ ଅଧକ୍ଷଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।











