ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର



କେନ୍ଦ୍ରାପଡାର ୟୁନିୟନ ବ୍ୟାଙ୍କ ଆନୁକୂଲ୍ୟରେ ବାରୋଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ୟୁନିୟନ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ସରୋଜ କୁମାର ରାଉତ, ଆର୍‌ଏବିଡି ମୁଖ୍ୟ ପୁଷ୍ପାଞ୍ଜଳୀ ରାଉତ, ଜିଲ୍ଲା ମିଶନ ଶକ୍ତି ଡିପିସି କୈଳାସ ସେନାପତି ଯୋଗ ଦେଇ ଋଣ ସହାୟତାରେ ମହିଳାମାନେ ସ୍ୱାବଲମ୍ବି ହେବା ସହିତ ପରିବାରର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ୟୁନିୟନ ବ୍ୟାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିଥିଲା । ମହିଳାମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ଋଣ ପ୍ରଦାନ କରାଯାଉଛି । ଏହାର ସୁଯୋଗ ନେଇ ନିଜକୁ ସ୍ୱାବଲମ୍ବି କରିବା ସହିତ ଉନ୍ନତି କରିବାକୁ ୟୁନିୟନ ବ୍ୟାଙ୍କ କଟକ ଆଞ୍ଚଳିକ ମୁଖ୍ୟ ଶ୍ରୀ ରାଉତ କହିଥିଲେ । ଏହି ଅବସରରେ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading