ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି । ଯୁଗ୍ମ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୫ଞ ମନ୍ତ୍ରରେ ରାଜ୍ୟର ୧୧୫ଟି ପୌରସଂସ୍ଥାରେ ଥିବା ୨୦୫୫ ୱାର୍ଡରେ ମୁକ୍ତା ଯୋଜନାରେ ୫ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଛୋଟ ପାର୍କ, ସର୍ବସାଧାରଣ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ, ଖେଳପଡିଆ, ପାଦଚଲା ରାସ୍ତା, ବହୁମୁଖି କମ୍ୟୁନିଟି ହଲ୍ ସହିତ ୩୭ ହଜାରରୁ ଅଧିକ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ ରହିଛି । ପର୍ଯ୍ୟାୟକ୍ରମେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ ହୋଇଛି । ଏହି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠି, ବସ୍ତି ବିକାଶ ସଂଗଠନକୁ ନିୟୋଜିତ ସହିତ ଗୋଷ୍ଠି ସହଭାଗିତାରେ ଏହା କରିବାକୁ ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷାକରାଯିବା ସହିତ ପୌରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟକୋ ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ । ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ଠିକଣା ସମୟରେ ସେମାନଙ୍କର ପାଉଣା ପ୍ରଦାନ କରାଯିବ । ପୌର ସଂସ୍ଥାଗୁଡିକୁ ପଞ୍ଚଦଶ ଅର୍ଥ କମିଶନରୁ ମିଳିଥିବା ଅନୁଦାନ ଏବଂ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି ।
kanikanews.in
Next Post
ପିଇଓଙ୍କ ୨୧ ଦିନର ଧାରଣା ଏକମାସ ପାଇଁ ସ୍ଥଗିତ ; କାର୍ଯ୍ୟରେ ଯୋଗଦେବେ ସମସ୍ତ ପିଇଓ
Fri Sep 8 , 2023
ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ଧାରଣା ଆଜିଠାରୁ ଏକ ମାସପାଇଁ ସ୍ଥଗିତ ରଖି କାର୍ଯ୍ୟରେ ଯୋଗଦେବେ ଜିଲ୍ଲାର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।ରାଜ୍ୟ ସଂଘ ସରକାରଙ୍କ ସହିତ ଆଲୋଚନା ପରେ ଧାରଣକୁ ଏକମାସ ପାଇଁ ସ୍ଥଗିତ ରଖିଛି ।ମନ୍ତ୍ରୀ ପରିଷଦ ବୈଠକରେ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ଏକମାସ ସମୟ […]

KANIKA
- 10 months ago
ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ବୈଠକ
- 8 months ago
ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନାଚକ୍ର
- 1 year ago
ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
- 2 years ago
ମାନସ ବିକାଶ ମଞ୍ଚ ପକ୍ଷରୁ ସ୍ବେଛାସେବୀ ସମ୍ମାନ ସମାରୋହ
- 6 months ago
ନିମପୁର-ଶାସନ ନୋଡାଲ ହାଇସ୍କୁଲ ବାର୍ଷିକ କ୍ରୀଡା