
ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ଧାରଣା ଆଜିଠାରୁ ଏକ ମାସପାଇଁ ସ୍ଥଗିତ ରଖି କାର୍ଯ୍ୟରେ ଯୋଗଦେବେ ଜିଲ୍ଲାର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।ରାଜ୍ୟ ସଂଘ ସରକାରଙ୍କ ସହିତ ଆଲୋଚନା ପରେ ଧାରଣକୁ ଏକମାସ ପାଇଁ ସ୍ଥଗିତ ରଖିଛି ।ମନ୍ତ୍ରୀ ପରିଷଦ ବୈଠକରେ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ଏକମାସ ସମୟ ନେଇଛନ୍ତି ମନ୍ତ୍ରୀ ପରିଷଦ ।୨୧ ଦିନ ଧରି କାର୍ଯ୍ୟବନ୍ଦ ଧାରଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରହିବାରୁ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟ ହୋଇ ପାରିନଥିଲା ।ଲୋକଙ୍କ ସ୍ୱାର୍ଥକୁ ଦୁଷ୍ଟିରେ ରଖି ରାଜ୍ୟ ସଂଘର ନିର୍ଷତି କୁ ଗ୍ରହଣ କରି ଏକମାସ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧାରଣା କୁ ସ୍ଥଗିତ ରଖି ଆସନ୍ତାକାଲି ସେପ୍େଟମ୍ବର ୮ ତାରିଖରୁ କାର୍ଯ୍ୟରେ ଯୋଗଦେବେ ।











