ମହେଶ୍ୱରଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଅଂଶୁମାନ



କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ଜୁଣଗଡି ଗ୍ରାମର ମହେଶ୍ୱର ରାଉତ ମସ୍ତିଷ୍କ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ମହେଶ୍ୱରଙ୍କ ଘରେ ପହଂଚି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ଏମସ କର୍ତୁପକ୍ଷଙ୍କ ସହ ଆଲୋଚନା କରି ଆସନ୍ତା ୨୨ତାରିଖ ଦିନ ଆଡମିସନ କରିବାକୁ ବ୍ୟବସ୍ଥା କରିଛନ୍ତି । ପ୍ରାକ୍ତନ ବିଧାୟକ ଶ୍ରୀ ମହାନ୍ତିଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ରକୁମାର ଜେନା, ସନ୍ତୋଷ ମହାନ୍ତି, ମୋହନ ଦାସ, ରବିନ୍ଦ୍ର ଧଳ, ମାଗୁଣୀ ଲେଙ୍କା, ବିଜୟ ମଲ୍ଲିକ, ଗୋବର୍ଦ୍ଧନ ଧଳ, ରବିନ୍ଦ୍ର ରାଉତ, ସତ୍ୟବ୍ରତ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading