ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳନ


ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରୋଗ ଓ ସୁସ୍ଥ ରହିବା ପାଇଁ ନୀଳଆକାଶ ଓ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଦିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲରେ ସଚେତନତା ସଭା ଆୟୋଜନ କରାଯାଇଥିଲା । ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପି ଏଚ. ଇ ଓ ନୃସିଂହ ଚରଣ ଦାସ, ବିପି ଏମ ପ୍ରଶାନ୍ତ କୁମାର ଜେନା, ସଞ୍ଜୟ କୁମାର ଦାସ, ଶୁଭରତ୍ନ ଖୁଂଟିଆ ଓ ପ୍ରିୟଦର୍ଶିନୀ ଦିପ୍ତିମୟୀ ସାହୁ ପ୍ରମୁଖ ଯୋଗ ଦେଇ ନୀଳଆକାଶ ସ୍ୱଚ୍ଛ ବାୟୁ ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏଇ ଅବସରରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ବୃକ୍ଷରୋପଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading