ପୁନର୍ବାସ ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ


କେନ୍ଦ୍ରାପଡା ୮/୯: ପ୍ରତି ବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଏ । ଏହି ଭୌତିକ ଚିକିତ୍ସା ମାଧ୍ୟମରେ ସମସ୍ତ ପ୍ରକାର ସ୍ନାୟବିକ ଯନ୍ତ୍ରଣାର ଉପସମ ସହିତ ଆଧୁନିକ ଜୀବନଶୈଳୀ ହେତୁ ମନୁଷ୍ୟ ଭୋଗୁଥିବା ମେରୁଦଣ୍ଡ ଓ ଆଥ୍ରାଇଟିସ୍‌ଜନୀତ ସମସ୍ୟାର ବିନା ଔଷଧରେ ସଫଳ ଉପଚାର କରାଯାଇପାରୁଛି । ଏହି ଦିବସର ତାତ୍ପର୍ଯ୍ୟକୁ ଗୁରୁତ୍ୱ ଦେବା ସହିତ ଜନସାଧାରଣରେ ବ୍ୟାପକ ସଚେତନତା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାର ସର୍ବପ୍ରଥମ ତଥା ସର୍ବାଧୁନିକ ପୁନର୍ବାସ ଫିଜିଓଥେରାପି ଚିକିତ୍ସା କେନ୍ଦ୍ର ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଫିଜିଓଥେରାପିଷ୍ଟ ଚନ୍ଦନ କୁମାର ଜେନା ଓ ରଚିତା ଜେନା ଏହି ଦିବସ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର କୁଳମଣି ବରାଳ ପ୍ରାଚୀନ ଭୌତିକ ଚିକିତ୍ସାର ଉତ୍ପତ୍ତି ଓ ଏହାର ଆଧୁନିକ ପ୍ରୟୋଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଶିଶୁ ଜନ୍ମ ଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଫିଜିଓଥେରାପିର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ପୁନର୍ବାସ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡଃ ବିରଜା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ବଂଶୀଧର ମହାନ୍ତି, ଜ୍ୟୋତିରଞ୍ଜନ ନାୟକ, ସମ୍ବିତ ଶ୍ରୀଚନ୍ଦନ, ଶେଷଦେବ ଦାସ, ସ୍ୱପ୍ନାଂଶୁ ଦାସ, ମହମ୍ମଦ ଜାହିଦ ଖାନ୍‌, କମଳାକାନ୍ତ ବେହେରା, ବ୍ରଜ ସୁନ୍ଦର ଦାସ, ମନୋଜ ମହାନ୍ତି, କ୍ଷୀରୋଦ କର, ଅଜିତ ସାମଲ, ରମାକାନ୍ତ ପଣ୍ଡା, ରଞ୍ଜନ କୁମାର ସ୍ୱାଇଁ, ମିହିର ରଞ୍ଜନ ବାରିକ ଓ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଞ୍ଜୀବ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading