ସେପ୍ଟେମ୍ବର ୧୩ରେ ୫ନଂ ଜୋନ୍‌ର କଂଗ୍ରେସ କର୍ମୀ ସମ୍ମିଳନୀ


କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନଂ ଜିଲ୍ଲା ପରିଷଦ ଜୋନ୍‌ର ଏକ ବିଶାଳ କର୍ମୀ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୧୩ରେ ମାଳବଣଠାରେ ଅନୁଷ୍ଠିତ ହେବାକୁ ଆଜି ଜୋନ୍ କଂଗ୍ରେସର ବୈଠକରେ ସ୍ଥିର କରାଯାଇଛି । ଏହି ଜୋନ୍ ଅନ୍ତର୍ଗତ ୮ଗୋଟି ପଞ୍ଚାୟତ ଯଥା କୋରୋ, ଘାଗରା, ଚାରିଗାଁ, ଧୂମାତ, ଇନ୍ଦୁପୁର, ନିକିରାଇ, ଢୋଲ ଓ କୁତରଙ୍ଗର କଂଗ୍ରେସ ସଭାପତି ଦଳୀୟ ପଞ୍ଚାୟତ ପ୍ରତିନିଧି ଓ ବରିଷ୍ଠ କର୍ମୀମାନେ ଗରାପୁର କଂଗ୍ରେସ କାର୍ଯ୍ୟାଳୟରେ ଏକାଠି ହୋଇ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡାଙ୍କ ଆବାହ ତତ୍ତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ୧୩ ତାରିଖ କର୍ମୀ ସମ୍ମିଳନୀରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବା କଂଗ୍ରେସ ଦଳ ଓ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ପ୍ରତି ଆକୃଷ୍ଟ ହୋଇ ବେଶ୍ କିଛି ସଂଖ୍ୟାରେ ଅଣକଂଗ୍ରେସ କର୍ମୀମାନେ କଂଗ୍ରେସରେ ସାମିଲ ହେବେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ବୈଠକରେ ଯୋଗ ଦେଇ ୧୩ ତାରିଖ କର୍ମୀ ସମାବେଶ ସଫଳ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ବେହେରା ଏଥିସହ ସମସ୍ତ କଂଗ୍ରେସ ବନ୍ଧୁମାନେ ଭିଷ୍ମ ଶପଥ ନେଇ ଆମେ ବିଧାନ ସବା ଯିବା ସଂକଳ୍ପ ସାକାର କରିବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହେରା ଉପସ୍ଥିତ ରହି ଦୃଢୋକ୍ତି କରିଥିଲେ ଯେ କେନ୍ଦ୍ରାପଡାରେ ଏଥର କଂଗ୍ରେସ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ଚେୟାରମ୍ୟାନ ଡିସିସି ଉପସଭାପତି ପ୍ରଫୁଲ୍ଲ ଦାସ, ପ୍ରଭାତ କୁମାର ଉଡାନ ସିଂ, ପୂର୍ବତନ ସରପଞ୍ଚ ବାବାଜୀ ମଲ୍ଲିକ, ପୂର୍ବତନ ସରପଞ୍ଚ ରାଜନ ଥାଟୋଇ, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ଜେନା, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, ପଞ୍ଚାୟତ କଂଗ୍ରେସ ସଭାପତି ଶୈଳେନ୍ଦ୍ର ବିଶ୍ୱାଳ, ସଚ୍ଚିଦାନନ୍ଦ ନାୟକ, ପ୍ରତାପ ଚନ୍ଦ୍ର ଜେନା, ଦୀପକ କୁମାର ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ବିଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading