ଗରଦପୁର ବ୍ଲକ ବିଜେଡି ସଭାପତି ବିଜେଡିରୁ ନିଳମ୍ବିତ


କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିଜୁଜନତା ଦଳ ସଭାପତି ଶଶାଙ୍କ ଶେଖର ପରିଡାଙ୍କୁ କେନ୍ଦ୍ରାପଡା ଟାଉନଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହି ବ୍ଲକର ବିଜେଡି ନେତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଗତକାଲି ୭ତାରିଖରେ ଶଶାଙ୍କ ଶେଖର ପରିଡା ତାଙ୍କୁ ଅଶୀଳ ଇଙ୍ଗିତ କରିଥିଲେ ବୋଲି କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗର ତଦନ୍ତ କରି ଏକ ମାମଲା ଋଜୁ କରି ଶ୍ରୀ ପରିଡାଙ୍କୁ ଆଜି ଗିରଫ କରିଛନ୍ତି । ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଶଶାଙ୍କ ଶେଖର ପରିଡାଙ୍କୁ ବିଜୁ ଜନତା ଦଳରୁ ଆଜି ନିଳମ୍ବିତ କରିଛନ୍ତି ବୋଲି ଆଜି ଏକ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହାର ଏକ କପି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ ପଠାଇଛନ୍ତି । ଆଜି ଏହି ଅଭିଯୋଗକୁ ଭିତ୍ତି କରି କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ତାଙ୍କୁ ଦଳରୁ ନିଳମ୍ବିତ କରିଛନ୍ତି ।

ଅପରପକ୍ଷରେ ଶ୍ରୀ ପରିଡାଙ୍କ ବିରୋଧରେ ଅଭିଯୋଗ କରିଥିବା ଗରଦପୁର ବ୍ଲକର ମହିଳା ବିଜେଡି ସାଧାରଣ ସମ୍ପାଦକ ରାଜଲକ୍ଷ୍ମୀ ରାଉତରାୟଙ୍କୁ ଦଳରୁ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋସ୍ନା ସାହୁ ନିଳମ୍ବିତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବାର ଜଣାପଡିଛି । ଗରଦପୁରରେ ବ୍ଲକରେ ବିଜେଡି ଦଳରେ ରାଜନୈତିକ ଯୁଦ୍ଧ ଯୋରଦାର ହୋଇଛି ବୋଲି ଆଲୋଚନା ହେଉଛି ।

ବିରୋଧି ବିଜେପି ଶଶାଙ୍କ ଶେଖର ପରିଡାଙ୍କ କୁଶପୁତ୍ତଳିକା ଦାହ କରିଛି ।

 

ବିଜେଡି ନେତାଙ୍କ ଆଚରଣ ଅତ୍ୟନ୍ତ ନିନ୍ଦନୀୟ- ଜିଲ୍ଲା ମହିଳା କଂଗ୍ରେସ

ଗରଦପୁର ବ୍ଲକର ବିଜେଡି ସଭାପତିଙ୍କ ଆଚରଣ ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ନିନ୍ଦନୀୟ ବୋଲି ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜିନତ୍ ପ୍ରିୟଦର୍ଶିନୀ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏପରିକି ଅଶୋଭନୀୟ ଆଚରଣ କୌଣସି ବରିଷ୍ଠ ପଦାଧିକାରୀଙ୍କଠାରୁ ଆଶା କରାଯାଏ ନାହିଁ । ଗୋଟିଏ ପକ୍ଷରେ ବିଜେଡି ମା’କୁ ସମ୍ମାନ ନାରା ଦେଉଥିବାବେଳେ ସେହି ଦଳର ନେତା ଜଣେ ଭଉଣୀର ମର୍ଯ୍ୟାଦା ହାନୀ କରିବା ଦୁର୍ଭାଗ୍ୟଜନକ । ରାଜଲକ୍ଷ୍ମୀ ରାଉତରାୟ ଏ ସଂକ୍ରାନ୍ତରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି । ଏହି ଅଭିଯୋଗର ତତ୍କାଳ ତଦନ୍ତ କରାଯାଇ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଦାବି କରିଛନ୍ତି ।


Next Post

ସେପ୍ଟେମ୍ବର ୧୩ରେ ୫ନଂ ଜୋନ୍‌ର କଂଗ୍ରେସ କର୍ମୀ ସମ୍ମିଳନୀ

Fri Sep 8 , 2023
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନଂ ଜିଲ୍ଲା ପରିଷଦ ଜୋନ୍‌ର ଏକ ବିଶାଳ କର୍ମୀ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୧୩ରେ ମାଳବଣଠାରେ ଅନୁଷ୍ଠିତ ହେବାକୁ ଆଜି ଜୋନ୍ କଂଗ୍ରେସର ବୈଠକରେ ସ୍ଥିର କରାଯାଇଛି । ଏହି ଜୋନ୍ ଅନ୍ତର୍ଗତ ୮ଗୋଟି ପଞ୍ଚାୟତ ଯଥା କୋରୋ, ଘାଗରା, ଚାରିଗାଁ, ଧୂମାତ, ଇନ୍ଦୁପୁର, ନିକିରାଇ, ଢୋଲ ଓ କୁତରଙ୍ଗର କଂଗ୍ରେସ ସଭାପତି ଦଳୀୟ ପଞ୍ଚାୟତ ପ୍ରତିନିଧି ଓ ବରିଷ୍ଠ କର୍ମୀମାନେ ଗରାପୁର କଂଗ୍ରେସ କାର୍ଯ୍ୟାଳୟରେ […]

You May Like