ଭିତରକନିକା ଛକଠାରୁ ରାଜନଗର ପର୍ଯ୍ୟନ୍ତ ଆଲୋକୀ କରଣ


ପାଞ୍ଚଟି ଲାଇଟ୍‌କୁ ୫୦ ଲକ୍ଷ ଟଙ୍କା !


କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତାର ଡାଙ୍ଗମାଳ ପଚାଂୟତ ଭିତରକନିକା ଅଭୟାରଣ୍ୟ ଛକଠାରୁ ରାଜନଗର ବଜାର ପର୍ଯ୍ୟନ୍ତ ଉଜ୍ୱଳ ଆଲୋକୀକରଣ କରାଯିବା ପାଇଁ ୨୦୨୦ ମସିହାରେ ରାଜନଗର ଷ୍ଟେଟବ୍ୟାଙ୍କ ଛକଠାରେ ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଧୃବ ସାହୁଙ୍କ ନାମ ଥିବା ଫଳକ ମରାଯାଇଥିଲା । ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୪୨ ଲକ୍ଷ ୯ ହଜାର ୫୨୫ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଠିକାସଂସ୍ଥା ୨୦୨୦ ମସିହା ଅପ୍ରେଲ ମାସ ୨୮ରେ କାମ ଆରମ୍ଭ କରି ସେହି ବର୍ଷ ଜୁଲାଇ ମାସ ୨୭ ତାରିଖରେ ଶେଷ କରିବାକୁ ପୂର୍ତ ବିଭାଗ ସହ ଚୁକ୍ତି ହୋଇଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଗେଟ ନିକଟରୁ ରାଜନଗର ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ରାସ୍ତା କଡରେ ୭ ମିଟରର ଜିଆଇ ପାଇପ ୫୭ ଟି, ୯ ମିଟରର ଜିଆଇ ପାଇପ ୧୪ ଟିରେ ୨୦୦ ୱାଟ ଏଲଇଡି ଲାଇଟ୍ ୫୬ ଟି ଓ ୯୦ ୱାଟ ଏଲଇଡି ଲାଇଟ୍ ୫୭ ଟି ଲଗାଇବା କଥା, ମାତ୍ର ଠିକା ସଂସ୍ଥା ଭିତରକନିକା ଗେଟ ନିକଟରୁ ନଳିତାପାଟିଆ ଘାଟ ପର୍ଯ୍ୟନ୍ତ ୫ଟି ଲାଇଟ୍ ଲଗାଇ କାମ ସାରି ଦେଇଥିବା ପରିଲକ୍ଷିତ ହୋଇଛି । ସବୁଠାରୁ ବଡକଥା ହେଉଛି, ରାଜନଗରରୁ ତାଳଚୁଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅନ୍ଧକାରମୟ ଥିବାରୁ ରାତି ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ବିଭିନ୍ନ ସମୟରେ ଜାତୀୟ ଉଦ୍ୟାନର ନଦୀନାଳରୁ ରାତି ସମୟରେ କୁମ୍ଭୀରଗୁଡିକ ମୁଖ୍ୟ ରାସ୍ତା ପାର କରିଥାନ୍ତି । ବାରହା ଓ ହରିଣ ପଲ ଅନ୍ଧାର ସମୟରେ ମୁଖ୍ୟରାସ୍ତା ଦେଇ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଯିବାର ନଜିର ରହିଛି । ଘଡିଆମାଳଠାରୁ ଆରମ୍ଭ କରି କେରୁଆଁପାଳ ପର୍ଯ୍ୟନ୍ତ ୯ଟି ପଚାଂୟତର ଲୋକେ ବାଇକ ଯୋଗେ ଯିବା ଆସିବା ସମୟରେ ବନ୍ୟଜୀବ ସହିତ ଧକ୍କା ହୋଇ ଗୁରୁତର ହେଉଥିବା ଅଭିଯୋଗ ହେଉଛି । ଦେଶ ବିଦେଶରୁ ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ସହ ମୁଖ୍ୟ ରାସ୍ତାକୁ ଲାଗିଥିବା ୯ଟି ପଚାଂୟତର ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବିଧାୟକ ତାଙ୍କ ପାଣ୍ଠିରୁ ରାସ୍ତା ପାଶ୍ୱର୍ରେ ଉଜ୍ୱଳ ଆଲୋକୀକରଣ ପାଇଁ ଅନୁଦାନ ପ୍ରଦାନ କଲେ । ଏହି କାମ ସରିବାର ଅବଧି ପୂରଣ ପରେ ୩ବର୍ଷ ୫ମାସ ବିତି ସାରିଲାଣି । ରାସ୍ତା ଆଲୋକୀକରଣର ନାଁ ଗନ୍ଧ ନାହିଁ । ରାଜନଗର-ତାଳଚୁଆ ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ଏହି ଆଲୋକୀକରଣ ବ୍ୟବସ୍ଥା କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଟଙ୍କା କୁଆଡେ ଗଲା ଏବଂ କାହାପାଇଁ ଦିଗହରା ହେଲା ସେ ନେଇ ସାମାଜିକ ଗଣମଧ୍ୟମରେ ପ୍ରଶ୍ନ ଉଠୁଛି । ଯାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି । ଏ ବାବଦରେ ପୂର୍ତ୍ତ ବିଭାଗ ସହ ନିର୍ବାହୀ ଯନ୍ତ୍ରି ନଟବର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଅନୁଧ୍ୟାନ କାଲେ ଜଣାପଡିବ ବୋଲି କହିଥିଲେ ।

ସୂଚନା ଥାଉକି, ୨୦୧୯ ମସିହା ଡିସେମ୍ବର ୧୧ତାରିଖ ଦିନ କେନ୍ଦ୍ରାପଡା ତତତ୍କାଳ ଜିଲ୍ଲାପାଳଙ୍କୁ ବିଧାୟକ ଡାଙ୍ଗମାଳ ପଚାଂୟତ ଭିତରକନିକା ଗେଟଠାରୁ ରାଜନଗର ବଜାର ପର୍ଯ୍ୟନ୍ତ ଆଲୋକୀକରଣ କରିବା ପାଇଁ ତାଙ୍କ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଶିକୁରୀଟି କ୍ୟାମେରା ପାଇଁ  ୧୫ ଲକ୍ଷ   ମଂଜୁର କରିଥିବା  ସାମାଜିକ ଗଣମଧ୍ୟମରୁ  ଜଣାପଡିଛି  ।


Discover more from

Subscribe now to keep reading and get access to the full archive.

Continue reading