ଏସିଆ କପ୍‌ : ଆଜି ଭାରତ-ପାକିସ୍ତାନ ମହାଲଢ଼େଇ



ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର -୪ ରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆସନ୍ତା କାଲି ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓଲ୍‌ହାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏସିଆ କପ୍ ସୁପର-୪ରେ ଆସନ୍ତାକାଲି ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ । ଏହାକୁ ନଜରରେ ରଖି ମ୍ୟାଚ୍ ପାଇଁ ପରବର୍ତୀ ଦିନକୁ ସଂରକ୍ଷିତ ଦିବସ ରଖାଯାଇଛି । ଯଦି ରବିବାର ମ୍ୟାଚ୍ ହେବା ସମ୍ଭବ ନହୁଏ, ତାହେଲେ ସେମାବାର ସଂରକ୍ଷିତ ଦିବସରେ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି । ପ୍ରତିଯୋଗିତାରେ ଫାଇନାଲ୍ ମ୍ୟାଚ୍ ସହିତ କେବଳ ଏହି ଗୋଟିଏ ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଛି । ଯଦିଓ ରବିବାର ଅଧାରୁ ମ୍ୟାଚ୍ ବନ୍ଦ ରୁହେ, ତାହେଲେ ଅବଶିଷ୍ଟ ମ୍ୟାଚ୍‌କୁ ସୋମବାର ଖେଳାଯିବ । ତେଣୁ ଦର୍ଶକମାନେ ଏହି ରୋମାଞ୍ଚଭରା ମ୍ୟାଚ୍‌କୁ ଉପଭୋଗ କରିବାରୁ ଆଦୌ ବଞ୍ଚିତ ହେବେ ନାହିଁ ବୋଲି ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବିପକ୍ଷରୁ କୁହାଯାଇ


Next Post

ମରକ୍କୋରେ ମୃତ୍ୟୁର ତାଣ୍ଡବ : ଶକ୍ତିଶାଳୀ ଭୂକମ୍ପରେ ଭୁଶୁଡ଼ିଲା ବଡ଼ ବଡ଼ କୋଠା, ମୃତ୍ୟୁ ସଂଖ୍ୟା ୬୦୦ ଟପିଲା

Sun Sep 10 , 2023
ମରକ୍କୋ,୯ା୯: ଭୂକମ୍ପରେ ଥରିଲା ମରକ୍କୋ । ତୁର୍କୀ ପରେ ମରକ୍େକାରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ । ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ । ଆଫ୍ରିକୀୟ ଦେଶ ମରକ୍କୋରେ ସକାଳୁ ସକାଳୁ […]

KANIKA