ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ ପାରାଦୀପ ଜୋନର ଡେପୁଟୀ କମିଶନର ରମେସ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ଏହି ଗ୍ରୋସରୀ ଦୋକାନ ଉପରେ ଚଢାଉ କରିଥିଲେ । ମାତ୍ର ଯାଞ୍ଚ ବେଳେ ସେପରି  କିଛି  ମିଳିନଥିବାରୁ  ଷ୍ଟକ ଯାଂଚ କରାଯାଇ ରେକର୍ଡ କରାଯାଇଛି । ଦୋକାନରେ ଥିବା ସାମଗ୍ରୀ ଗୁଡିକର ମୂଲ୍ୟ ଆକଳନ କରାଯାଇ ଜିଏସଟି ଟ୍ୟାକ୍ସ ଜରିମାନା କରାଯିବ ବୋଲି ଡେପୁଟୀ କମିଶନର ସାଇଁ କହିଛନ୍ତି ।


Next Post

ବନ୍ୟା ପାଣି ପଚି ପୌରାଂଚଳରେ ବଢ଼ୁଛି ମଶାଙ୍କ ପ୍ରଦୃଭାବ: ୧୦ଟି ୱାର୍ଡରେ ସ୍ଥିତି ସଂଙ୍ଗୀନ: ଡେଙ୍ଗୁ ବ୍ୟାପିବା ଆଶଙ୍କା

Tue Sep 12 , 2023
କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ  ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୦ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା । ବନ୍ୟା ଛାଡିଯିବା ପରେ ବିଭିନ୍ନ ଚାଷଜମି ଖାଲଖମା ଓ ପୋଖରୀ ଗୁଡିକରେ ପଶି ଥିବା ବନ୍ୟା ପାଣି ଏବେ ପଚିବା ଆରମ୍ଭ କରିଛି । ଫଳରେ ଏଠାରେ ମଶାଙ୍କ ବଂଶ ବୃଦ୍ଧି ଘଟିବା ଯୋଗୁଁ ଜନଜୀବନ ଅତିଷ୍ଠ ହୋଇପଡିଛି । ବୁଦ୍ଧିଜିବୀ ଟୁଆଁ […]

KANIKA