
କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ବାୟାବାବା ମଠ ପାଖରୁ ଏକ ଶୋଭାଯାତ୍ରାରେ ଆସି ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳରେ ପହଞ୍ଚି ଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଉପଦେଷ୍ଟା ମାନଭଞ୍ଜନ ପ୍ରଧାନ ଓ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡାଙ୍କ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପମାଲ୍ଯ ଅର୍ପଣ କରି ଗଣଧାରଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ଗଣଧାରଣାରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କର ଦାବୀ ସମ୍ପର୍କିତ ବକ୍ତବ୍ୟ ଶିକ୍ଷକ ନେତୃବର୍ଗ ଯଥା ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସମ୍ପାଦକ ସେକ୍ ଖତିବ୍, କାର୍ଯ୍ୟକାରୀ ସଭାପତି ଅସଗର ଅଲ୍ଲୀ, ସଂଗଠନ ସମ୍ପାଦକ ‘ଯାଜୁଦ୍ଦିନ, ଖଗେଶ୍ୱର ସାମଲ, ସଦାଶିବ ସାହୁ, ଶିବପାର୍ବତୀଙ୍କ ମହାନ୍ତି,ଶିକ୍ଷକ ନେତ୍ରୀ ଗୀତାଞ୍ଜଳୀ ନାଯକ, କ୍ଷେତ୍ରମଣୀ ଦେଇ, ଗାଙ୍ଗେୟ ବିଶ୍ୱାଳ, ସେକ କଲିମ, କଳାକ୍ରୀଡା ଶିକ୍ଷକ ସଂଘର ନେତ । ସେକ ସମିମ, ଗଣଶିକ୍ଷକଙ୍କ ନେତୃତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହିଧାରଣା କାର୍ଯ୍ୟକ୍ରମ ରାଜ୍ୟ ସମନ୍ୱୟ ସମିତିର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଚାଲୁରହିବ । ଦାବୀ ସମୂହ ଗୁଡିକ ହେଉଛି ଛଅ ବର୍ଷର ଠିକା ନିଯୁକ୍ତି ସମୟକୁ ସରକାରୀ ଚାକିରୀରେ ଗଣନା କରି ଛଅ ଟି ଇନ୍କରିମେଣ୍ଟ ପ୍ରଦାନ କରିବା, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ପୁରୁଣା ପେନସନ ପୁନଃ ପ୍ରଚଳନକରିବା, କଳାକ୍ରୀଡା ଶିକ୍ଷକ ମାନଙ୍କର ନିୟମିତକରଣକରିବା, ଗଣ ଶିକ୍ଷକଙ୍କ ନିୟମିତକରଣ, ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କର କ୍ୟାଡର ଭୁକ୍ତ କରିବା । ଅନ୍ୟମାନଙ୍କ ମଧ୍ୟରେ ସୋନାଲୀ ସାମନ୍ତରାୟ, କୌଶଲ୍ୟା ନାୟକ, ଦେବେନ୍ଦ୍ର ନାୟକ, ଅଚ୍ୟୁତାନନ୍ଦ ସାମଲ, କିଶୋର ଜେନା, ଗଯାସୁଦ୍ଦିନ୍, ମନମୋହନ ମିଶ୍ର, ସ୍ନେହଲତା ପରିଡା, ଲକ୍ଷ୍ମୀପ୍ରିୟା ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।










