କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅଷ୍ଟମ ଦିନରେ, ଆନ୍ଦୋଳନରେ ସାମିଲ ହେଲା ଆପ୍‌,ବଡ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ସରକାରଙ୍କ ପକ୍ଷରୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏପର୍ଯ୍ୟନ୍ତ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଉନଥିବା କାରଣରୁ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ହୋଇ ରହିବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ଅନ୍ୟ ପକ୍ଷରେ କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢିବାରେ ଲାଗିଛି । ପ୍ରବଳ ବର୍ଷା ସତ୍ୱେବି ଆଜି ଧାରଣାକାରୀମାନେ ବର୍ଷାରେ ଭିଜି ଧାରଣା ଦେଇଥିବାର ଦେଖାଯାଇଛି । ଆଜି ଗଣଧାରଣା ସ୍ଥଳରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ ଓ ସମ୍ପାଦକ ସୂର୍ଯ୍ୟକାନ୍ତ ପଣ୍ଡା ପହଞ୍ଚି ଏହି ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ସହିତ ତାଙ୍କ ପାର୍ଟି ଜଡିତ ରହିବ ବୋଲି ଘୋଷଣା କରିଛନ୍ତି । କ୍ରିୟାନୁଷ୍ଠାନ କମିଟିର କର୍ମୀମାନଙ୍କ ମଧ୍ୟରୁ କେତେକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବ୍ଲକ ସଂଗଠନ ଗୁଡିକୁ ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ କେତେ ଜଣ ଗଣଧାରଣା ଆନ୍ଦୋଳନକୁ ଚଳାଇ ରଖୁଛନ୍ତି । ଆଜି ଧାରଣା ସ୍ଥଳରେ କମିଟିର ସଭାପତି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶିଷ୍ଟ ସମବାୟବିତ୍ ସୁଶୀଲ ସାମଲ, ପ୍ରଫେସର ଡଃ. ଗିରୀଶ ଚନ୍ଦ୍ର ପାତ୍ର, କର୍ମଚାରୀ ନେତା ସୁରେଶ ଚନ୍ଦ୍ର ପଟ୍ଟନାୟକ, ଛାତ୍ର ନେତ୍ରୀ ଶିବାନୀ ଦାସ, ସାଗରିକା ଚୌଧୁରୀ, ରୁଦ୍ରନାରାୟଣ ବେହେରା, ରାଜେନ୍ଦ୍ର ମହାପାତ୍ର, ଫକୀର ଚରଣ ଖଟୁଆ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, କେଦାର ସାମନ୍ତରାୟ, ସରୋଜ ମଲିକ, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ଅମରେନ୍ଦ୍ର ଦାସ, ଅଧିକାରୀ ରାଧାକାନ୍ତ ଦାଶ, ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ, କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ନେତୃତ୍ୱ ଦେବା ସହ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିର ଯଥାର୍ଥତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ଜିଲ୍ଲାବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ନକରି ତୁରନ୍ତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ।


Next Post

ବିଶ୍ୱାସ ନ ହେଲେ ବି ସତ,ଲଣ୍ଡନ-କଲିକତା ବସ୍ ସେବା , ୧୯୫୭ ରେ ଆରମ୍ଭ ହୋଇଥିଲା ୧୯୭୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା

Wed Sep 13 , 2023
ବିଶ୍ୱାସ ନ ହେଲେ ବି ସତ ଦିନେ ଲଣ୍ଡନରୁ କଲିକତାକୁ ବସ୍ ଚାଲୁଥିଲା ଏବଂ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲା । ୧୯୫୭ ମସିହାରେ ଲଣ୍ଡନରୁ କଲିକତାକୁ ‘ଆଲବର୍ଟ’ ନାମକ ଏକ ବସ୍ ଚଳାଚଳ ଆରମ୍ଭ କରିଥିଲା । ଇଂଲଣ୍ଡରୁ ବାହାରି ବେଲ୍‌ଜିୟମ୍‌, ଜର୍ମାନୀ, ଅଷ୍ଟ୍ରିଆ, ଯୁଗୋସ୍ଲୋଭିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ତାହା ଭାରତକୁ ଆସୁଥିଲା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେଇଠୁ ପୁଣି […]

KANIKA