ଟାଉନ ପୋଲିସ ଦ୍ୱାରା ଚାଲିଛି ଗାଡି ଯାଞ୍ଚ, ବାଇକ ଚାଳକଙ୍କ କୋକୁଆ ଭୟ

ଟାଉନ ପୋଲିସ ଦ୍ୱାରା ଚାଲିଛି ଗାଡି ଯାଞ୍ଚ, ବାଇକ ଚାଳକଙ୍କ କୋକୁଆ ଭୟ

କେନ୍ଦ୍ରାପଡ଼ା, ୧୩ା୯: ପ୍ରଶାସନିକ ସ୍ଥାଣୁତା ପାଇଁ କେନ୍ଦ୍ରାପଡା ସହରରେ ଜବରଦଖଲ, ଟ୍ରାଫିକ ସମସ୍ୟା ବଢିବଢି ଚାଲିଛି । ବାଇକ ଚାଳକଙ୍କ ବେଆଇନ ଭାବେ ବେପରୁଆ ଗାଡିଚାଳନା ସାଙ୍ଗକୁ ବିକଟାଳ ଶଦ୍ଦ କରିବା ସହରବାସୀଙ୍କୁ ଭୟଭିତ କରି ରଖିଛି । ତେବେ ଆନନ୍ଦର ବିଷୟ ଯେ ଏବେଏବେ କେନ୍ଦ୍ରାପଡା ଟାଉନଥାନାରେ ଯୋଗ ଦେଇଥିବା ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ(ଆଇଆଇସି) ଦିଲ୍ଲୀପ କୁମାର ସାହୁଙ୍କ ବାଇକ ଚାଳକଙ୍କ ଉପରେ ଚଢାଉ କରିବା ପଦକ୍ଷେପ ସହରବାସୀଙ୍କୁ ଆସ୍ୱସ୍ତି ଆଣିଛି । ସହରର ବିଭିନ୍ନ ସ୍ଥାନରେ କରି ବେଆଇନ ଭାବେ ବାଇକ ଓ ସ୍କୁଟର ଚଳାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି । ନାବାଳକ ଗାଡି ଚଲାଇବା, ବିନା ଲାଇସେନ୍ସରେ ଗାଡି ଚଳାଇବା, ମୋବାଇଲରେ କଥା ହୋଇ ଗାଡି ଚଳାଇବା, ବୁଲେଟରୁ ସାଇଲେନ୍ସର କାଢି ଗାଡି ଚଳାଇବା, ବାଇକରେ ବିକଟାଳ ଶଦ୍ଦ କରି ଗାଡି ଚଳାଇବା କାରଣରୁ ଟାଉନଥାନା ପୋଲିସ ଜରିମାନା ଆଦାୟ କରିଛି । ମଙ୍ଗଳବାର ଓ ବୁଧବାର ଦୁଇଦିନରେ ଏହିପରି ୩୦ଗୋଟି ବାଇକ ଓ ସ୍କୁଟରକୁ ଧରୀ ଜରିମାନା ବାବଦକୁ ୮୪ହଜାର ଟଙ୍କା ଆଦାୟ କରିଛନ୍ତି । ଏହି ଜରିମାନା ବାଇକ ଚାଳକମାନଙ୍କୁ ଭାରି ବାଧୁଛି ବୋଲି ମଢିଆଳର ଜନୈକ ବାଇକମାଲିକ କହିଛନ୍ତି । ଟାଉନ ଆଇଆଇସି ଶ୍ରୀ ସାହୁଙ୍କ ଏହି ପଦକ୍ଷେପକୁ ବୁଦ୍ଦିଜୀବୀମାନେ ସମର୍ଥନ ଜଣାଇଛନ୍ତି ।