‘ଆୟୁଷ୍ମାନ ଭବଃ’ ସଫଳ ଅଭିଯାନର ପ୍ରଶାସନିକ ପ୍ରସ୍ତୁତି


କେନ୍ଦ୍ରାପଡ଼ା, ତା୧୪/୦୯: “ଆୟୁଷ୍ମାନ ଭବଃ” ଅଭିଯାନର ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବାକୁ ପହଂଚାଇବା ପାଇଁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ନିର୍ଦ୍ଦେଶ ଦେଇଛନ୍ତି । ଏଇ ଅବସରରେ ହେଲ୍‌ଥ୍ ଓ ୱେଲ୍‌ନେସ୍ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପ୍ତାହିକ ସ୍ୱାସ୍ଥ୍ୟମେଳାର ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆୟୁଷ୍ମାନ ଭବ ସଭାର ଆୟୋଜନ କରାଯାଇ ସେଠାରେ ଆୟୁଷ୍ମାନ କାର୍ଡ଼ର ବିତରଣ କରିବା ସହ ଆଭା ଆଇଡି ନିର୍ମାଣ ଓ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୧୭ ତାରିଖଠାରୁ ବ୍ୟାପକଭାବେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ପ୍ରଥମ ସପ୍ତାହରେ ଅଣସଂକ୍ରାମକ ରୋଗର ଚିହ୍ନଟିକରଣ ଏବଂ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯିବ । ସେହିପରି ଦ୍ୱିତୀୟ ସପ୍ତାହରେ ଟିବି, ଯକ୍ଷ୍ମା ଭଳି ସଂକ୍ରାମକ ରୋଗର ଚିହ୍ନଟିକରଣ ଓ ନିରାକରଣ; ତୃତୀୟ ସପ୍ତାହରେ ମାତୃ ଓ ଶିଶୁର ଯତ୍ନ ଓ ପୋଷଣ ଏବଂ ଚତୁର୍ଥ ସପ୍ତାହରେ ଆଖିର ଯତ୍ନ, ରକ୍ତଶିକୁଳି ରୋଗର ଚିହ୍ନଟିକରଣ ଓ ନିରାକରଣ ଉପରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଯୋଜନା କରାଯାଇଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭାର ଆୟୋଜନ କରାଯାଇ ଆୟୁଷ୍ମାନ କାର୍ଡ଼ର ବିତରଣ କରିବା ସହ ଆଭା ଆଇଡି ନିର୍ମାଣ ଓ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ । ଫଳରେ “ଆୟୁଷ୍ମାନ ଭବ” ଅଭିଯାନ ଦ୍ୱାରା ଗ୍ରାମାଂଚଳର ଜନସାଧାରଣଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ସୁଲଭ ହେବ । ଅଭିଯାନର କାର୍ଯ୍ୟକାରୀ ସମୟସୀମା ମଧ୍ୟରେ ଯଥା ପରିମଳ ଓ ସ୍ୱଚ୍ଛତା ଅଭିଯାନ, ଅଙ୍ଗଦାନ କରିବା ନିମନ୍ତେ ଶପଥପାଠ, ରକ୍ତଦାନ ଶିବିର ଅନୁଷ୍ଠିତ ହେବାର ଯୋଜନା ରହିଛି ରହିଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଅଭିଯାନର ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଆବ୍ୟଶ୍ୟକ । ସମସ୍ତ କାର୍ଯ୍ୟ ସଫଳ ଭାବରେ ଏବଂ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାପନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Next Post

ଟ୍ରକ୍ ଧକ୍କାରେ ଜଣଙ୍କର ୨ ଗୋଡ଼ କଟିଲା ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Fri Sep 15 , 2023
ତାଳଚେର ବସ୍‌ଷ୍ଟାଣ୍ଡ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍‌କାରେ ଜଣେ ବ୍ୟକ୍ତିଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚାଉଳିଆକୁତା ଅଞ୍ଚଳର ହରି ବେହେରା (୫୫) ରାସ୍ତାରେ ଯାଉଥିବାବେଳେ ଓଡି୧୯ଏନ୍‌୦୯୩୭ ନମ୍ବର ଟ୍ରକ୍ ତାଙ୍କୁ ଧକ୍‌କା ଦେଇଥିଲା । ସେ ତଳେ ପଡ଼ଯିବାରୁ ତାଙ୍କ ଗୋଡ଼ ଉପରେ ଟ୍ରକ୍ ଚକା ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଳଚେର […]

You May Like