
ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳର ୨ ପରିବାରର ୪ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍ରେ ଚିକିତ୍ସା କରାଇ ଆମ୍ବୁଲାନ୍ସ୍ରେ ଫେରିବା ବାଟରେ ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍ର୍କକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଝିଅ, ଜ୍ୱାଇଁ, ଦୁଇ ଶ୍ୱସୁର ୪ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଗ୍ରାମର ତ୍ରୀଲୋଚନ ନାୟକ (୫୫) ସାନଭାଇ ବିଜୟ ନାୟକ (୫୩) ଓ ଆଳି ଅଙ୍ଗାରକ୍ଷ ଗ୍ରାମର ଝିଅ ରଶ୍ମିତା (ଲିଲିମା) ସାହୁ (୩୭) ଓ ଜ୍ୱାଇଁ ଉମେଶ ସାହୁ (୪୩) ବୋଲି ଜଣା ପଡିଛି ।

ଖବରରୁ ପ୍ରକାଶ ଯେ , ଗତ ୧୫ ଦିନ ପୂର୍ବରୁ ଉମେଶ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରେଇ ହସ୍ପିଟାଲ କିମସ୍ରେ ଚିକିତ୍ସିତ ହେଉଥିବା ବେଳେ ଉନ୍ନତ ଚିକିତ୍ସାପାଇଁ ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍କୁ ରେଫର କରିଥିଲେ । ଗତ ୩ ଦିନ ପୁର୍ବେ ସ୍ତ୍ରୀ ଲିଲିମା ଓ ତାଙ୍କ ବାପା ତ୍ରୀଲୋଚନ ଦାଦା ବିଜୟଙ୍କ ସହିତ କିମସର ନିଜସ୍ୱ ଆମ୍ବୁଲାନ୍ସରେ ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍କୁ ଯାଇଥିଲେ । ମାତ୍ର ଭିକ୍ଟୋରିଆ ହସ୍ପିଟାଲ୍ର ଡାକ୍ତର ଗୁରୁବାର ରୋଗୀକୁ ଯାଂଚ କରାଇ ଫେରାଇ ଦେଇଥିଲେ । ସେମାନେ ଉକ୍ତ ଆମ୍ବୁଲାସ୍ନରେ ଫରୁଥିବା ବେଳେ ଶୁକ୍ରବାର ଭୋରୁ ବାଙ୍ଗାଲୋର–ତିରୁପତି ଜାତୀୟ ରାଜପଥ ଆନ୍ଧ୍ରପ୍ରଦେଶର ଚିତୂର ଜିଲ୍ଲା ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଂଚଳରେ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଲିଲିମା, ଉମେଶ, ତ୍ରିଲୋଚନ ଓ ବିଜୟଙ୍କର ମୃତ୍ୟୁ ହୋଇଥିଲା ବୋଲି ବିଜୟଙ୍କ ପରିବାରଙ୍କ ପକ୍ଷରୁ ଜଣାପଡିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଓ ଆହତଙ୍କୁ ଚିତୂର ସରକାରୀ ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡିଛି ।











