ଜିଲ୍ଲା ଶିକ୍ଷା ବିଭାଗ ମନମାନି ; ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ହୋଇପାରୁନି


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇନଥିବା ଯୋଗୁଁ ଶିକ୍ଷାଦାନ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ପ୍ରତିଷ୍ଠା କରାଯାଇଥିବା ଆଦର୍ଶ ବିଦ୍ୟାଳୟ ଗୃହରେ ଶିକ୍ଷାଦାନ କରାନଯାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ଠାରେ ଅସ୍ଥାୟୀ ଭାବେ ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟ ଶିକ୍ଷାଦାନ ଚାଲୁରହିଛି । ଫଳରେ ଛାତ୍ରଛାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ଏଥି ନେଇ ଅବିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ଜୁଲାଇ ୩୧ତାରିଖ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀ ଆସନ୍ତା ଅଗଷ୍ଟ ୧୫ତାରିଖରେ ବନ୍ତୋ ଆଦର୍ଶ ବିଦ୍ୟାଳୟ ନବନିର୍ମିତ ଗୃହରେ ଆଦର୍ଶ ବିଦ୍ୟାଳୟ ଯଥାରୀତି ଚାଲିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ବସ୍ତୁତଃ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ଆଦର୍ଶ ବିଦ୍ୟାଳୟ ଗୃହକୁ ଗତ ୬ମାସ ହେବ ଜିଲ୍ଲା ଶିକ୍ଷା ବିଭାଗକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଥିବା ଗ୍ରାମ୍ୟଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ଉକ୍ତ ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଶ୍ରେଣୀ ଗୃହ ପାଇଁ ଡେସ୍କ, ବେଞ୍ଜ ସହ ଅନୁସଙ୍ଗିକ ବ୍ୟବସ୍ଥା ହୋଇନଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇପାରୁନାହିଁ । ଗତ ଜନଶୁଣାଣୀ ଶିବିରରେ ଅଭିଯୋଗ ଉପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତୁରନ୍ତ ନୂତନ ଗୃହରେ ଶିକ୍ଷାଦାନ ଆରମ୍ଭ ପାଇଁ ନିର୍ଦେଶ ଦେବା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଶିକ୍ଷାଦାନ ଆରମ୍ଭ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଯାଇଛି । ଯାହାଫଳରେ ଆଦର୍ଶବିଦ୍ୟାଳୟ ନୂତନ ଗୃଜରେ ଶିକ୍ଷାଦାନ ନହୋଇ ଅସ୍ଥାୟୀ ଭାବେ କଷଣଅଂଟା ହାଇସ୍କୁଲରେ ଶିକ୍ଷାଦାନ ଚାଲିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳିବା ସଙ୍ଗେ ସମାନ ବୋଲି ଅଭିଯୋଗ ହେଉଛି । ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ନବନିର୍ମିତ ଆଦର୍ଶ ବିଦ୍ୟାଳୟ ଶ୍ରେଣୀ ଗୃହ ପାଇଁ ଡେସ୍କ ବେଂଚ ଶୀଘ୍ର ନିର୍ମାଣ କରି ଶିକ୍ଷାଦାନ ଆରମ୍ଭ କରିବା ଦିଗରେ ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଧିକାରୀ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।


Discover more from

Subscribe now to keep reading and get access to the full archive.

Continue reading