କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି । କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଦାବି ଦିନକୁ ଦିନ ତୀବ୍ର ହେଉଥିବା ବେଳେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବା ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି । ଗତକାଲି କେନ୍ଦ୍ରାପଡାର ବର୍ତ୍ତମାନ ଓ ପୂର୍ବତନ ବିଧାୟକମାନେ ଗଣଧାରଣାରେ ଉପସ୍ଥିତ ହେବା ପରେ ଆଜି ଜିଲ୍ଲା ବିଜେପି ଆନ୍ଦୋଳନରେ ନିଜକୁ ସାମିଲ କରିଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣାରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ସମ୍ପାଦକ ଅଭିମନ୍ୟୁ ଗୋଛାୟତ, କାର୍ଯ୍ୟକାରିଣୀ ସଭ୍ୟ ବିଷ୍ଣୁ ଦାସ, ସୁନାକର ବେହେରା, ଶୋଭନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ହୋଇ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରସଂଶା କରିବା ସହ ଏହି ଦାବି ପୁରଣ ହେବା ପର୍ଯ୍ୟନ୍ତ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଦଳ ସବୁ ମତେ ସାହାଯ୍ୟ ସହଯୋଗ କରିବ ବୋଲି ଘୋଷଣା କରିଥିଲେ । ଗଣଧାରଣାସ୍ଥଳରେ ସବୁଦିନ ପରି ଆଜି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ବୈକୁଣ୍ଠନାଥ ପରିଡା, ଶିକ୍ଷକନେତା କାଶିନାଥ ରାଉତରାୟ, ଗୋଲକ ଚନ୍ଦ୍ର ମହାଭୋଇ , ନରୋତ୍ତମ ଜେନା, କୁଳମଣୀ ନାୟକ, ଅମରେନ୍ଦ୍ର ଦାସ, ମହମ୍ମଦ ଜଲାଲଉଦ୍ଦିନ, ଶ୍ରୀଧର ମହାନ୍ତି, ସୁହାନା ବିବି, ଭରତ ଚରଣ ସାହୁ, ନିରୁପମା ଦାସ, ପ୍ରିୟଦର୍ଶିନୀ ନନ୍ଦ, ଧିରେନ୍ଦ୍ର ଶତପଥୀ, ନାରାୟଣ ପ୍ରସାଦ ସିଂହ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ଆଦିକନ୍ଦ ରାଉଳ, ଗୟାଧର ଧଳଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ କେନ୍ଦ୍ରାପଡା ପ୍ରତି ସରକାରଙ୍କ ବୈମାତ୍ତୃକ ମନୋଭାବର ତୀବ୍ର ନିନ୍ଦା କରିଥିଲେ । ପ୍ରମୁଖ ଯୋଗଦେଇ ଉପସ୍ଥିତ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ସେମାନଙ୍କର ପୂର୍ଣ୍ଣ ସହଯୋଗ କାମନା କରି ନିବେଦନ କରିଥିଲେ । ଶିକ୍ଷାବିତ ଶ୍ରୀଚରଣ ସାମଲ, ଦିଲ୍ଲିପ ସାହୁ, ମାନସ ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ଚିତ୍ତରଞ୍ଜନ ସ୍ୱାଇଁ, ସୈାମେନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସେମାନେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସାହାଯ୍ୟ ଓ ସହଯୋଗ କରିଚାଲିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଆସନ୍ତା ୧୭ତାରିଖ ଦିନ ଗଣଧାରଣାର ଦାୟୀତ୍ୱ କେନ୍ଦ୍ରାପଡା ବ୍ଲକ ବହନ କରିବ ବୋଲି ଘୋଷଣା କରିଥିଲେ ।
kanikanews.in
Next Post
ଜନଶିକ୍ଷଣ ସଂସ୍ଥାନର ପରିଚାଳନା ପରିଷଦ ବୈଠକ
Sun Sep 17 , 2023
କେନ୍ଦ୍ରାପଡା ଜିଲ୍ଲାରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟରତ ଜନଶିକ୍ଷଣ ସଂସ୍ଥାନର ଦ୍ୱିତୀୟ ବର୍ଷର ପ୍ରଥମ ପରିଚାଳନା ପରିଷଦ ବୈଠକ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସ୍ଥାନର ଭବିଷ୍ୟତ କାର୍ଯ୍ୟପନ୍ଥା ସହିତ ତାଲିମ ନେଉଥିବା ସମସ୍ତ ହିତାଧିକାରୀଙ୍କୁ ରୋଜଗାର କ୍ଷମ କରାଇବା ଦିଗରେ ଆଲୋଚନା ହୋଇଥିଲା । ଏଥିସହିତ ତାଲିମ ମାଧ୍ୟମରେ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ ଏବଂ ତାଲିମ ପାଇଥିବା ଛାତଛାତ୍ରୀଙ୍କୁ ପି.ଏମ.ଇ.ଜି.ପି. ଏବଂ ପି.ଏମ.ଏଫ. […]

KANIKA
- 5 months ago
ଗରାପୁରରେ ରେଲ୍ୱେ ଟିକେଟ୍ କାଉଣ୍ଟର ଉଦ୍ଘାଟିତ
- 1 year ago
ଅବଦୁଲ କଲାମଙ୍କ ତିରୋଧାନ ଦିବସ ପାଳିତ
- 1 year ago
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ
- 9 months ago
ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି ବୈଠକ