ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍‌ସିପ୍‌ , ସବ୍‌ ଜୁନିଅର ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଖେଳାଳୀ ମନୋନୀତ


କେନ୍ଦ୍ରାପଡ଼ା, ୧୬ା୯: ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍‌ପିସ୍‌ର ସବ୍‌-ଜୁନିଅର୍ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣିଆ ଟିମ୍ ସେମାନଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ । ଆଜି ସେମାନଙ୍କୁ ଜର୍ସି ପ୍ରଦାନ କରି ପ୍ରତିଯୋଗିତାରେ ସଫଳତାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜିଲ୍ଲା ହକି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଆସନ୍ତା ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଜୟଶ୍ରୀ କରଙ୍କ ଅଧିନାୟକତ୍ୱରେ ଟିମ୍ ପ୍ରଥମ ଲିଗ୍ ମ୍ୟାଚ୍ ପାଇଁ ମଇଦାନକୁ ଓହ୍ଲାଇବ । ଏଥିରେ ଗୋଲ୍‌କିପର୍‌ଭାବେ କ୍ରୀଡ଼ା ପ୍ରଦର୍ଶନ କରିବେ ଉଷାରାଣୀ ସାହୁ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳାଳୀମାନେ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଯାତ୍ରା କରିବେ । ଜର୍ସି ପ୍ରଦାନ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ବରିଷ୍ଠରାଜସ୍ୱ ସହାୟକ ଦିବାକର ମହାନ୍ତି, ସଞ୍ଜୟ କୁମାର ମଥାନ, ଟୁଲୁ ମଲ୍ଲିକ, ନିରଞ୍ଜନ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।


Next Post

ଆନ୍ଧ୍ରରେ ଆମ୍ବଲାନ୍ସ ଦୁର୍ଘଟଣାରେ ମୃତକଙ୍କ ଶବ ଗାଁରେ ପହଂଚିଲା,

Sun Sep 17 , 2023
ଶୋକାକୁଳ ପରିବେଶ, ଗୋବିନ୍ଦପୁର ଲୋକାରଣ୍ୟ, ନେତା ଓ ଜନତାଙ୍କ ସୁଅ ଚୁଟିଛି ଭୁବନେଶ୍ୱରରୁ ଆମ୍ବଲାନ୍ସ ଯୋଗେ ଚିକିତ୍ସା ପାଇଁ ବାଙ୍ଗାଲୋର ଯାଇଥିବା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଓ ଆଳି ଅଙ୍ଗାରକ୍ଷ ଅଂଚଳର ବାପା, ଦାଦା ଓ ଝିଅ ଜ୍ୱାଇଁ ୪ ଜଣ ଫେରିବା ବାଟରେ ଆନ୍ଧ୍ରପ୍ରଦେଶର ଚିତୋର ଠାରେ ଆମ୍ବଲାନସ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମୃତକ ପଟ୍ଟାମୁଣ୍ଡାଇ ବ୍ଳକ ଗୋବିନ୍ଦପୁର ଗ୍ରାମର ବିଜୟ ନାୟକ (୫୩), ତ୍ରିଲୋଚନ ନାୟକ (୫୫) […]

KANIKA