ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଚନ୍ଦ୍ରମଉଳି ଶୈବ ପୀଠରେ ଦୀପଦାନ


ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଚନ୍ଦନନଗର ଚନ୍ଦ୍ରମଉଳି ଶୈବ ପୀଠରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀଧର ପ୍ରସାଦ ପ୍ରଧାନ, ସମ୍ପାଦକ ବିକ୍ରମ ରାଉତ ରାଏ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ, ପ୍ରଧାନମନ୍ତ୍ରୀ କୃଷକ ସନମାନ ନିଧି ଯୋଜନାର ଜିଲ୍ଲା ସଂଯୋଜକ ମଙ୍ଗୁଳି ମହାନ୍ତି, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ସଦାଶିବ ଜେନା, ପଂଚାନନ୍ନ ବିଶ୍ୱାଳ, ବିଶ୍ୱରଞ୍ଜନ ପଣ୍ଡା, ଉପସଭାପତି ଶ୍ରୀକାନ୍ତ ସେନାପତି, ସୁଧାଂଶୁ ଜେନା, ଜିଲ୍ଲା କୃଷକ ମହିଳା ସେଲ ସଂଯୋଜକ ମାନିନୀ ଷଢଙ୍ଗୀ, ପ୍ରିୟଙ୍କା ଶତପଥୀ, କାର୍ଯ୍ୟକାରିଣୀ ଗୀତାଞ୍ଜଳି ଦାସ, ଶଶିକାନ୍ତ ସ୍ୱାଇଁ, ରବି ଗାହଣ, ସୁବାସ ବାରିକ, ଲଷ୍ମୀକାନ୍ତ ସଥପତି, ସଂଗ୍ରାମ ନାୟକ, ଗୋପୀନାଥ ପଣ୍ଡା, ଗଣେଶ ଦାସ, ନିରଞ୍ଜନ ସ୍ୱାଇଁ, ବସନ୍ତ ପ୍ରଧାନ, ଅଶ୍ୱିନୀ ଦାସ, ଗଜେନ୍ଦ୍ର ନାୟକ, ଅମୁଲ୍ୟ ଦାସ, ଶିବ ନାୟକ, ସୁଶାନ୍ତ ଦାସ, ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲୋ

ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ତଥା ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବ ସୃଷ୍ଟି କରିବା ମୋ ଦେଶ ଓ ମୋ ମାଟିକୁ ଗୌରବାନ୍ୱିତ କରିବା ପାଇଁ ଭାଜପା ନେତା ଅଜୟ ବେହେରାଙ୍କ ନେତୃତ୍ୱରେ ଚନ୍ଦ୍ରମଉଳି ଶୈବ ପୀଠରୁ ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀ ପଠାଇବା ପାଇଁ ରଖାଯାଇଛି ।