୧୩ଦିନରେ କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା , ଆନ୍ଦୋଳନକୁ ସମର୍ଥନ ଦେଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଆଜକୁ ୧୩ଦିନ ହେଲା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଜାରି ରଖିଛନ୍ତି  । ଦୀର୍ଘ ୩ ବର୍ଷ ଧରି ଲଗାତର ଭାବେ ବିଭିନ୍ନ ମହଲରୁ ଜିଲ୍ଲାବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବି ପ୍ରତି ସ୍ୱର ଉଠୁଥିବା ବେଳେ ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ନିଃସ୍ପୁହ ରହିଛନ୍ତି । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଜନବସ୍ତି ମଧ୍ୟରେ ପ୍ରବଳ ପ୍ରତିକ୍ରୀୟା ସୃଷ୍ଟି ହେବାରେ ଲାଗିଛି । କ୍ରିୟାନୁଷ୍ଠାନ କମିଟି ଦାବି ହାସଲ ପାଇଁ ଆଗାମୀ ୨୩ତାରିଖ ଦିନ ସରକାରଙ୍କ ସହ ମୁକାବିଲା ମୂଳକ ପ୍ରତିରୋଧ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆଜି ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ, ପ୍ରମୋଦ ସାହୁ,  ରାଜକିଶୋର ବିଶ୍ୱାଳ ପ୍ରମୁଖ ଗଣଧାରଣା ସ୍ଥଳରେ ପହଞ୍ଚି ଦାବି ପ୍ରତି ସମର୍ଥନ ଜଣାଇବା ସହ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ସହ ସାମିଲ ରହିବାକୁ ଘୋଷଣା କରିଥିଲେ ।

ଧାରଣାସ୍ଥଳରେ ଆଜି କ୍ରିୟାନୁଷ୍ଠାନ କମିଟିର ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କ ସହ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ୧୦ନମ୍ବର କାଉନସିଲର ରଶ୍ମୀତା ସିଂହ, ବ୍ରଜବନ୍ଧୁ ମିଶ୍ର, କୃଷକ ନେତା ନାରାୟଣ ପରିଡା, ଦାଶରଥି ସାହୁ, ରମାକାନ୍ତ ଦାଶ, ନାରୀନେତ୍ରୀ ସୁହାନା ବେଗମ, ଫାତିମା ବିବି, ମହେନ୍ଦ୍ର ପଟ୍ଟନାୟକ, ପଣ୍ଡିତ ପ୍ରତାପ ପତି, ଜ୍ଞାନରଞ୍ଜନ ସାହୁ, ରୁଦ୍ର ପ୍ରସାଦ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଆଗାମୀ ୨୩ତାରିଖରେ ହେବାକୁ ଥିବା ପ୍ରତିରୋଧ ଆନ୍ଦୋଳନକୁ ଅଧିକ ଶକ୍ତିଶାଳି କରିବା ପାଇଁ ଅପରାହ୍ନରେ କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଭାଗୀରଥି ଜେନା, କଳପଡା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କୁମାର ସାହୁ, ମାନସ ସାହୁ, ଅଭିମନ୍ୟୁ ସ୍ୱାଇଁ ପ୍ରମୁଖ କଳପଡା ପଞ୍ଚାୟତରେ ଅନୁଷ୍ଠିତ ଜନଚେତନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉପସ୍ଥିତ ଲୋକଙ୍କ ସହଯୋଗ କାମନା କରିଥିଲେ । ସେହିପରି ସନ୍ଧ୍ୟାରେ କେନ୍ଦ୍ରାପଡା ପୈାରାଞ୍ଚଳର ଦିଲାରପୁର ଠାରେ ମୁକ୍ତାର ଖାଁଙ୍କ ପରିଚାଳନାରେ ଅନୁଷ୍ଠିତ ଜନଚେତନା ସଭାରେ ଯୋଗଦେଇ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ପ୍ରଫୁଲ୍ଲ ଦାସ, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ଲୋକମାନଙ୍କୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସାକାର କରିବା ପାଇଁ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ମାର୍ଶାଘାଇ ବ୍ଲକର ପେଣ୍ଠ ଗ୍ରାମରେ ମଧ୍ୟ ବ୍ଲକ କମିଟି ସଭାପତି ସିଦ୍ଧାର୍ଥଶଙ୍କର ରାୟ ଓ ସମ୍ପାଦକ ପ୍ରତାପ ପରିଡାଙ୍କ ଉପସ୍ଥିତିରେ ଜନଚେତନା ସଭା ଆୟୋଜିତ ହୋଇଯାଇଛି ।


Next Post

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର କୋର୍ କମିଟ ବୈଠକ

Sun Sep 17 , 2023
ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଓ ସଂକ୍ରାନ୍ତୀ ଉପଲକ୍ଷେ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ଝୁଲଣମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ କୋର୍ କମିଟି ବୈଠକ ସ୍ଥାୟୀ ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର କୋର୍ କମିଟି ସଦସ୍ୟମାନେ ଯୋଗଦେଇ ଆଗାମୀ ନଭେମ୍ବର ଶେଷ ସପ୍ତାହରେ ଏକ ଜିଲ୍ଲା ସ୍ତରୀୟ ବିଶାଳ ଖଣ୍ଡାୟତ କ୍ଷତ୍ରୀୟ ଭାଇମାନଙ୍କର […]

KANIKA