
କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ‘ନେତୃତ୍ୱ ବିକାଶ ମିସନ’ର ଏକ ସମାରୋହ ଏହାର ସଂଯୋଜକ ଅଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆଜି କଜଳା କଂଗ୍ରେସ ଭାବନଠାରେ ଅନୁଷ୍ଠିତ ହୋଇଯାଇଛି । ପିସିସି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ “ନେତୃତ୍ୱ ବିକାଶ ମିସନ”ର ଉଦେଶ୍ୟ ବାବଦରେ ବିସ୍ତୁତ ବାଖ୍ୟା କରିଥିଲେ ଓ ଆଗାମୀ ନିର୍ବାଚନରେ ବିଭିନ୍ନ କ୍ଷେତ୍ରରେ ସାମର୍ଥ୍ୟ ରହୁଥିବା ବନ୍ଧୁମାନଙ୍କୁ ଚିହ୍ନଟ କରିବା ସହି ଉପଯୁକ୍ତ ସୁଯୋଗ ଦେଇ ସେହି ନେତୃତ୍ୱର ବିକାଶ ନିମନ୍ତେ କଂଗ୍ରେସର ସମସ୍ତ ବନ୍ଧୁମାନେ ସକଳ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ।
ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମାରୋହରେ ଭାଗନେଇ ବକ୍ତବ୍ୟ ରଖିଥିଲେ ଯେ କେନ୍ଦ୍ରାପଡାର ସ୍ୱାର୍ଥ୍ୟ ଯେଉଁଠି, କଂଗ୍ରେସ ସେଇଠି । ପ୍ରତିନିଧି ଛେଉଣ୍ଡ ହୋଇ କେନ୍ଦ୍ରାପଡା ବିଧାନସବା ନିର୍ବାଚନ ମଣ୍ଡଳିର ଯଯାର୍ଥର୍ ପ୍ରତିନିଧିତ୍ୱ ପାଇଁ କଂଗ୍ରେସ ପାର୍ଥୀଙ୍କୁ ନିର୍ବାଚିତ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସଭାରେ ଉପସ୍ଥିତ ପିସିସି ସହ ସମ୍ପାଦକ ରାଜୀବ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପିସିସି ସଭ୍ୟ ପ୍ରଫୁଲ୍ଲ ଦାସ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, କେନ୍ଦ୍ରାପଡା ବ୍ଲକ କଂଗ୍ରେସ ଅନୁସୂଚିତ ଜାତି ସଭାପତି ପ୍ରଭାତ କୁମାର ଉଡାନସିଂ, ଜିଲ୍ଲା ସଂଖ୍ୟାଲଘୁ ଅଧ୍ୟକ୍ଷ ସେକ ଅରମାନ,ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଜିଲ୍ଲା କିଶାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପିସିସି ମତ୍ସ୍ୟ ବିଭାଗ ସଭାପତି ହଳଧର ସେଠୀ, କେନ୍ଦ୍ରାପଡା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମ. ଦଳିତ ନେତା ବସନ୍ତ କୁମାର ମଲ୍ଲୀକ, ଜିଲ୍ଲା ଅନୁସୂଚିତ ଜାତି ସଭାପତିି ସର୍ବେଶ୍ୱର ସେଠୀ ପ୍ରମୁଖ ଅଭିଭାଷଣ ରଖି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ କୁମାର ଜେନା, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଉମାକାନ୍ତ ଜେନା, ଗୁଣ୍ଡିଚା ମଲ୍ଲିକ, କମଳାକାନ୍ତ ବେହେରା, ଦୟାନିଧି ପରିଡା, ବିଚିତ୍ର ଲେଙ୍କା, ବିକ୍ରମ ମହାପାତ୍ର, ଶୁକଦେବ ପରିଡା, ଆରସଦ ଅଲ୍ଲୀ, ହିମାଂଶୁ ବେହେରା, ଗତାନୁଗତ ବିଶ୍ୱାଳ, ବାବାଜୀ ମଲ୍ଲିକ, ବିଶ୍ୱ ଭୂଷଣ ମଲ୍ଲିକ, ନରହରି ପରିଡା, ସୌମ୍ୟରଞ୍ଜନ ବେହେରା ଓ ସାର୍ଥକ ମହାପାତ୍ର ଉପସ୍ଥିତ ଥାଇ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଯୁବନେତା ସଞ୍ଜିବ କୁମାର ବିଶ୍ୱାଳ ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରିଥିଲେ ।










