ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ମହାବନ୍ଧୁମିଳନ ସମାରୋହ


କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ମହାବନ୍ଧୁମିଳନ ସମାରୋହ ଗରାପୁରସ୍ଥ କାର୍ଯ୍ୟାଳୟ ପରିସରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାରେ କାର୍ଯ୍ୟକରି ଅବସର ନେଇଥିବା ଶିକ୍ଷା ପରିଦର୍ଶକ ମାନେ ବହୁ ସଂଖ୍ୟାରେ ଏଥିରେ ଯୋଗଦେଇଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ବନ୍ଧୁମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ମହାବନ୍ଧୁମିଳନ ସମାରୋହର ତାତ୍ପର୍ଯ୍ୟ ଓ ଆଗାମୀ ବାର୍ଷିକ ଉତ୍ସବ ଏବଂ ସଂଗଠନର ମୁଖପତ୍ର “ସାୟଂପ୍ରଭା”ର ୩ୟ ସଂସ୍କରଣର ଉନ୍ମୋଚନ ଉପରେ ଆଲୋକପାତ କରିଥିଲେ । ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳ କାର୍ଯ୍ୟବଶତଃ ଅନୁପସ୍ଥିତ ଥିବାରୁ ତାଙ୍କ ବାର୍ତ୍ତା ପାଠ କରିଥିଲେ । ଏଥିରେ ଅଂଶଗ୍ରହଣ କରି ବରିଷ୍ଠ ଉପଦେଷ୍ଟା ହେମନ୍ତ କୁମାର ଜେନା, ଗୋପିନାଥ ଦାଶ, ନରେନ୍ଦ୍ର କୁମାର ନାୟକ, ସୋମନାଥ ପଢିହାରୀ, କୈଳାସ ଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ନାୟକ, ନରହରି ପାତ୍ର, ନରୋତ୍ତମ ବେହେରା, ଯୁଗ୍ମ ସମ୍ପାଦକ ଅନାମ ଚରଣ ସାହୁ, ସଂଗଠନ ସମ୍ପାଦକ ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ଡକ୍ଟର ସୁବାଷ ଚନ୍ଦ୍ର ମହାପାତ୍ର, ସନାତନ ତରାଇ, ବଳଭଦ୍ର ନାୟକ, ବାଉରୀବନ୍ଧୁ ମୁଦୁଲି, ଓଷ୍ଟା ପ୍ରାକ୍ତନ ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ ପ୍ରମୁଖ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରି ମତାମତ ରଖିଥିଲେ । ସଂଗଠନର ଅନ୍ୟତମ ବରିଷ୍ଠ ସଭ୍ୟ ଡଃ. ମହାପାତ୍ର ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ୯ଟି ବ୍ଲକ ପାଇଁ ସଂଯୋଜକମାନଙ୍କୁ ମନୋନିତ କରାଯାଇ କାର୍ଯ୍ୟ ବଣ୍ଟନ କରାଯାଇଥିଲା । ପ୍ରକୃତିବନ୍ଧୁ ଗୋପିନାଥ ଦାଶଙ୍କର ଦ୍ୱାରା ପ୍ରଦତ୍ତ ବିଭିନ୍ନ ଗଛର ଚାରା କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ଏସମସ୍ତ କାର୍ଯ୍ୟକୁ ସଂଗଠନର ପତ୍ରିକା ତଥା ମିଡିଆ ସଂଯୋଜକ ପରିବେଶବିତ କାଶୀନାଥ ରାଉତରାୟ ସଂଯୋଜନା କରିଥିଲେ । ଶେଷରେ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ପୌରାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ,ଏନଜିଟି ଫାସରେ ପଡିବାର ସମ୍ଭାବନା

Thu Sep 21 , 2023
ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ପରିସ୍ଥିତି ସଂଗୀନ ମଶା ଉପଦ୍ରବରେ ସହର ବାସୀ ଅତିଷ୍ଠ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ହେେଉନି         କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରାଂଚଳରେ ଉନ୍ନତି କରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନଙ୍କରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତାଘାଟ, ପୋଖରୀ ସୌନ୍ଦର୍ଯ୍ୟ କରଣ ଓ ଆଲୋକିକରଣ ଏବଂ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ସକାଶେ ପର୍ଯ୍ୟାପ୍ତ […]

KANIKA