ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ହାଇସ୍କୁଲର ଶିକ୍ଷକ ତଥା ସାହିତ୍ୟିକ ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ “ପ୍ରଜ୍ଞାଦୂତ “କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ରାଜଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉତ୍କଳ କାଳିଦାସ ପଣ୍ଡିତ ପ୍ରବୋଧ ମିଶ୍ର,ଡା ଦିନବନ୍ଧୁ ମହାରଣା, ପ୍ରକାଶକ ନିମାଇଁ ଭୂୟାଁ, ପଣ୍ଡିତା ଶଶୀକଳା ମିଶ୍ର, ପିଆରଓ ରକ୍ଷକ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କବି ସାହିତ୍ୟିକ ଓ ପ୍ରଶାସକ ଯୋଗ ଦେଇଥିଲେ । ନୂତନ କାବ୍ୟାନୁବାଦ ପୁସ୍ତକ ପ୍ରଜ୍ଞାଦୂତ ରଚନା ପାଇଁ ପଣ୍ଡିତ ତ୍ରିପାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


Next Post

ପଟ୍ଟାମୁଣ୍ଡାଇ ଠାରେ ଏସ୍‌ୟୁଜେର ବୈଠକ ଓ କର୍ମକର୍ତା ଚୟନ

Fri Sep 22 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ରାଜ୍ୟ ସାମ୍ବାଦିକ ୟୁନିୟନ(ଏସୟୁଜେ)ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସାଧାରଣ ବୈଠକ ଓ ବ୍ଲକ ଶାଖାର କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲା୍ଲ ସହ ସଂପାଦକ ସଂଜୟ ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ସଭାରେ କଳ୍ପତରୁ ନାୟକ ଅତିଥି ଭାବେ ଯୋଗ ଦେଇ ସମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ସଂଗଠନର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ମୁଖ୍ୟତଃ […]

KANIKA