ପଟ୍ଟାମୁଣ୍ଡାଇ ଠାରେ ଏସ୍‌ୟୁଜେର ବୈଠକ ଓ କର୍ମକର୍ତା ଚୟନ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ରାଜ୍ୟ ସାମ୍ବାଦିକ ୟୁନିୟନ(ଏସୟୁଜେ)ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସାଧାରଣ ବୈଠକ ଓ ବ୍ଲକ ଶାଖାର କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲା୍ଲ ସହ ସଂପାଦକ ସଂଜୟ ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ସଭାରେ କଳ୍ପତରୁ ନାୟକ ଅତିଥି ଭାବେ ଯୋଗ ଦେଇ ସମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ସଂଗଠନର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ମୁଖ୍ୟତଃ ପଟ୍ଟାମୁଣ୍ଡାଇ ବ୍ଲକରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଘର ଆଭିମୁଖ୍ୟ ସମ୍ପର୍କେ ଆଲୋଚନା ହୋଇଥିଲା । ଏହାପରେ ପଟ୍‌ଟାମୁଣ୍ଡାଇ ବ୍ଲକ ଶାଖା ନିମନ୍ତେ କର୍ମକର୍ତା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଏସ୍‌ୟୁଜେ ପଟ୍ଟାମୁଣ୍ଡାଇ ବ୍ଲକ ଶାଖାର ଉପଦେଷ୍ଠା ଭାବେ ପ୍ରବିର ନାୟକ ,ଉମାକାନ୍ତ ତ୍ରୀପାଠୀ, ଉପେନ୍ଦ୍ର ନାୟକ ଓ ନରେନ୍ଦ୍ର ଧଳଙ୍କୁ ଚୟନ କରାଗଲା । ସଭାପତି ଭାବେ ସୁଧାଂଶୁ ଭୂଷଣ ତ୍ରିପାଠୀ, ଉପସଭାପତି ଭାବେ ଧିରେନ୍ଦ୍ର ମଲିକ, ସମ୍ପାଦକ ଭାବେ ପ୍ରତାପ ପାଢ଼ୀ, ସହ ସମ୍ପାଦକ ଭାବେ ରଶ୍ମିକାନ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ବାରିକ ଓ କୋଷାଧ୍ୟକ୍ଷ ଭାବେ ଯୁବେଶ ନାୟକ ପ୍ରମୁଖ ଚୟନ ହୋଇଥିବାର ଜଣାପଡିଛି । ନବ ନିର୍ବାଚିତ କର୍ମକର୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରୋଜ ଦାସ, ହିମାଂଶୁ ମହାନ୍ତି, ହେମନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ମୋଦିଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ସମୂହ ଦୀପଦାନ

Fri Sep 22 , 2023
ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ନ ଦିନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ପୂଜାଅର୍ଚନା ସହ ସମୂହ ଦୀପଦାନ କରାଯାଇଥିଲା । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଡ଼ ଅଲେଖ ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ନେତା ଜ୍ୟୋତି ପ୍ରକାଶ ପ୍ରଧାନ,ପ୍ରାକ୍ତନ ନଗର ଭାଜପା ସଭାପତି ପଦ୍ମନାଭ ପଣ୍ଡା, ନଗର ମହିଳା ଭାଜପା […]

KANIKA