ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳ ସହ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଥିବାରୁ କୃଷକ ସାଥୀ ସମେତ କୃଷି ବିଭାଗ କ୍ଷେତ୍ରକର୍ମ ଚାରୀମାନେ ସରକାରଙ୍କ କୃଷକକଲ୍ୟାଣ ଯୋଜନାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକ ସାଥୀ ଓ କ୍ଷେତ୍ରକର୍ମଚାରୀଙ୍କୁ ନେଇ ଆୟୋଜିତ ତାଲିମ ଶିବିରରେ ଯୋଗ ଦେଇ ବିଭାଗୀୟ ଅଧିକାରୀ ଓ ତାଲିମଦାତାମାନେ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା କୃଷି ଅଧିକାରୀ ଡ଼ ମନୋଜ କୁମାର ଚାନ୍ଦ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସୁକାନ୍ତୀ ସାମଲ, କେନ୍ଦ୍ରାପଡ଼ା ଏ ଡି ଏସ ଅଶୋକ ସାମଲ, ପଟ୍ଟାମୁଣ୍ଡାଇ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ଦ୍ୱିଜବର ସେଠୀ, ପାରାଦ୍ୱୀପ ଇଫକୋ କ୍ଷେତ୍ର ପରିଚାଳକ କୂଳମଣି ମାଝୀ ପ୍ରମୁଖ ଯୋଗ ଦେଇ ଆଧୁନିକ ଜ୍ଞାନକୌଶଳ ଓ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ କୃଷକମାନେ ଅଧିକ ଫସଲ ଅମଳ କରି ନିଜକୁ ଆର୍ôଥକ କ୍ଷେତ୍ରରେ ସଶକ୍ତ କରିପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ କୃଷି ବିଭାଗକର୍ମଚାରୀଙ୍କୁ ପରାମର୍ଶ ଦେବା ସହିତ ଉପଯୁକ୍ତ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଗନ ଲେଙ୍କା, ପଙ୍କଜ ମଲ୍ଲିକ, ଜଗନ୍ନାଥ ବିଶ୍ୱାଳ ଓ ସତ୍ୟବ୍ରତ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।
kanikanews.in
Next Post
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ଅଭିଯାନ
Sat Sep 23 , 2023
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ସଫଳ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ଜନଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଶ୍ୟାମସୁନ୍ଦପୁର ଗ୍ରାମପଞ୍ଚାୟତର ଦୁତିଆଳ ଗ୍ରାମରେ ଏବଂ ଭରତପୁର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମରେ ଅନୁଷ୍ଠିତ ଜନଚେତନା କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ ଓ କୋଷାଧ୍ୟକ୍ଷ ଫକୀର […]

KANIKA
- 2 years ago
ରାଜ୍ୟ ସ୍ତରୀୟ ଶିରିଡି ସାଇ ସମ୍ମାନ ସମାରୋହ
- 6 months ago
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପାଇଁ ସହାୟତା
- 1 year ago
ଜୁନ୍ ୧ରେ ମତଦାନ ପାଇଁ ଇଭିଏମ୍ ପ୍ରସ୍ତୁତ
- 9 months ago
ଆହତ କୁକୁରକୁ ଚିକିତ୍ସା କଲେ ଗ୍ରାମବାସୀ
- 2 years ago
ରାସ୍ତା ଜବରଦଖଲ ଉଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
- 7 months ago
ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭ ଦେଲେ ବିଧାୟକ
- 2 years ago
ନୂଆ ଓ ଫେଷ୍ଟ ପାଇଁ ପ୍ରସ୍ତୁତି ବୈଠକ