କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହିତ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନିୟମାବଳୀ, ହିତାଧିକାରୀ ଚୟନ ଠାରୁ ଆରମ୍ଭ କରି ପ୍ରାପ୍ୟପ୍ରଦାନ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଆଲୋକପାତ କରିବା ସହିତ ଆବାସ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ପୌର ପରିଷଦ କାଉନସିଲର ପ୍ରଶାନ୍ତ ବାରିକ,ଗୋପୀବଲ୍ଲଭ ନାୟକ, ସାନିଆ ପରମିନ, ମୃତ୍ୟୁଞ୍ଜୟ ପାଢ଼ୀ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ସୁବାଷ ମଲିକ ସମ୍ରାଟ କେଶରୀ ଜେନା, ସୁଧାମୟ ମଲିକ,ଝରଣା ବେହେରା, ମଳୟ ଓଝା, ବନିତା ମଲିକ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ୱାର୍ଡର ହିତାଧିକାରୀଙ୍କ ସ୍ଥିତି ଓ ସଫଳ କାର୍ଯ୍ୟକାରିତା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ । ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର କେତେକ ୱାର୍ଡକୁ ଯାଇ ସିଧାସଳଖ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡରେ ୩୨୨୧ ହିତାଧିକାରୀ ଥିବାବେଳେ ୨୬୨୧ ଜଣ ଆବାସ ଗୃହ ସଂପୂର୍ଣ୍ଣ କରିଥିବା,୨୪୨ ଜଣ ଛାତ ପତନ ପର୍ଯ୍ୟନ୍ତ କରିଥିବା,୧୨୪ ଜଣ ନିମଟଲ ପର୍ଯ୍ୟନ୍ତ କରିଥିବା,୩୩ଜଣ ଫାଉଣ୍ଡେସନ ପକାଇଥିବା ଓ ୧୭୮ଜଣ ଆଦୌ ଆବାସ ଗୃହ ନିର୍ମାଣ କରିନଥିବା ଜଣାପଡିଥିଲା । ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ସାହୁ ଠିକଣା ଭାବେ ନିର୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ସଂପୂର୍ଣ୍ଣ କରାନଗଲେ ଓ ୟୁଟିଲାଇଜେସନ ସାର୍ଟିଫିକେଟ ଡିଆନଗଲେ ଆଗାମୀ ଦିନରେ ଏହି ପୌରପରିଷଦକୁ ଆଦୌ ଆବାସ ଯୋଜନା ଅର୍ଥ ମଂଜୁର କରାଯିବନାହିଁ । ଏତଦବ୍ୟତୀତ ଏ ବାବଦରେ ପୌର ପରିଷଦକୁ ଆସିଥିବା ଅନୁଦାନ ରାଶି ମଧ୍ୟ ସରକାର ଫେରାଇ ନେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥିଲେ । ଆବାସ ଯୋଜନାରେ ବର୍ଷ ବର୍ଷ ଧରି ଆଦୌ ଘର କରିନଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଜନସଚେତନତା ସୃଷ୍ଟି ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ୟାପକ ପ୍ରଚାର କରିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି,ସିଏଲଟିସି ଅରବିନ୍ଦ ପରିଡା, ପଟ୍ଟାମୁଣ୍ଡାଇ ପୌର ପରିଷଦର ରାଜକିଶୋର ଦାସ, ତପସ୍ୱିନୀ ଦାଶ ସରୋଜ ପଣ୍ଡା ଓ ବ୍ରଜ କିଶୋର ସେଠୀ ପ୍ରମୁଖ କର୍ମଚାରୀମାନେ ଯୋଗ ଦେଇ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ଓ ଶେଷରେ ଅରବିନ୍ଦ ପରିଡା ଧନ୍ୟବାଦ ଦେଇଥିଲେ ।
kanikanews.in
Next Post
ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଧୋୟାଂଚଳ ଗସ୍ତ
Mon Sep 25 , 2023
୨୦୨୪ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ କିଛିଟା ଉଷ୍ମତା ଆସିଗଲାଣି । ସବୁ ଦଳ ନିଜ ନିଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିକାଶମୂଳକ କାମ ସହ ଦଳୀୟ ଆଭ୍ିମୁଖ୍ୟକୁ ବିଭିନ୍ନ ପ୍ଳାଟଫର୍ମରେ ଜନସାଧାରଣଙ୍କ ପାଖରେ ପହଂଚାଉଛନ୍ତି । ରବିବାର କଂଗ୍ରେସ ନେତା ଗଣେଶ୍ୱର ବେହେରା ଧୋୟାଂଚଳରେ କର୍ମୀସମ୍ମିଳନୀ କରି କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାରଙ୍କ ଜନବିରୋଧୀ ନୀତିର କଡା ସମାଲୋଚନା […]

KANIKA
- 2 years ago
ତୁ ଥା କାଳ କାଳ ଚୀର କାଳ ପୁସ୍ତକ ଉନ୍ମୋଚିତ
- 1 year ago
ଜାତୀୟ ଆଧ୍ୟାମିôକ ନୃତ୍ୟ କର୍ମଶାଳା
- 2 months ago
ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବୃକ୍ଷରୋପଣ
- 2 years ago
ବ୍ରାହ୍ମଣୀ କଲେଜରେ ବାଲ୍ୟ ବିବାହ ଓ ଯୌତୁକ ସଚେତନତା
- 5 months ago
ଦୁଷ୍କର୍ମ ଉଦ୍ୟମ ଅପରାଧରେ ଦୋଷୀଙ୍କୁ ସାଢେ ୩ବର୍ଷ ଜେଲଦଣ୍ଡ