ଚାରିଆଡେ ଅଳିଆ,ସହରବାସୀଙ୍କୁ ଡେଙ୍ଗୁ ଭୟ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାର ସମସ୍ତ ୨୦ ଗୋଟି ୱାର୍ଡର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡି ଠିକାଦାରଙ୍କ କବଜାରେ ଥିବାଭଳି ମନେ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ରାଜ୍ୟରେ ଏବେ ମାରାତ୍ମକ ଜ୍ୱର ଡେଙ୍ଗୁ ତାର କାୟା ବିସ୍ତାର କରିଚାଲିଛି । ପଟ୍ଟାମୁଣ୍ଡାଇ ସହରବିଭିନ୍ନ ସ୍ଥାନରେ ଅଳିଆ ଅବର୍ଯନା କାଣ୍ଡି ହୋଇରହିଛି । ଏବେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ୧/୨ ଡେଙ୍ଗୁ ରୋଗୀ ଆସୁଛନ୍ତି ବୋଲି ମେଡିକାଲ ଅଫିସର ଡା. ନିରାକାର ପରିଡା କହିଛନ୍ତି । ତେବେ ପୌରପାଳିକା କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ଏକ ପରିତାପର ବିଷୟ ପାଲଟିଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସାମାଜିକ କର୍ମୀ ଅମୁଲ୍ୟ ପ୍ରଧାନ କୁହନ୍ତିି ସହରର ପରିମଳ ବ୍ୟବସ୍ଥାକୁ ସୁପରିଚାଳନା ନିମନ୍ତେ ଠିକାଦାର ମାନଙ୍କୁ ହସ୍ତାନ୍ତର କରାଯାଇଛି । ସେମାନଙ୍କୁ ପ୍ରତ୍ୟକ୍ଷ ତତ୍ୱାବଧାନା ନିମନ୍ତେ ଜଣେ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ହେଲେ ଏହାର କିଛି ସୁଫଳ ମିଳୁ ନାହିଁ । ଡେଙ୍ଗୁ ସାଧାରଣତଃ ଏଡିସ ମଶାଙ୍କ ଦ୍ୱାରା ବ୍ୟାପିଥାଏ । ଏହାକୁ ପ୍ରତିରୋଧ କରିବାକୁ ହେଲେ ପ୍ରଥମେ ସହରକୁ ପରିଷ୍କାର ରଖିବା , ସମସ୍ତ ୱାର୍ଡ ଗୁଡିକରେ ମଶା ଧୁଆ ଦେବା, ନାଳ ନର୍ଦ୍ଦମାରେ ମଶା ତେଲ ପକାଇବା, ସହର ମଧ୍ୟରେ ବ୍ଲିଚିଂ ପାଉଡର ଇତ୍ୟାଦି ବ୍ୟବହାର କରାଯିବା କଥା । କିନ୍ତୁ ପୌରପାଳିକାର ଅବହେଳା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହାର ବ୍ୟବହାର କରାଯାଉ ନାହିଁ । ସହର ମଧ୍ୟରେ ଅନେକ ସ୍ଥାନରେ ଅଳିଆ ମାସ ମାସ ଧରି ପଡି ରହୁଥିଲେ ମଧ୍ୟ କେହି ଉଠାଉ ନାହାନ୍ତି ।ଫଳରେ ଏଡିସ ମଶା ବଂଶ ବିସ୍ତାର କରିବା ସଂଗେ ସଂଗେ ସହରରେ ଡେଙ୍ଗୁ ହେବା ଆଶଙ୍କା ଲାଗୁଛି ବୋଲି ସେ କହିଛନ୍ତି ।ବୁଦ୍ଧିଜିବୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି ଠିକାଦାର ମାନେ ପୌରପାଳିକାର ବାବୁ ମାନଙ୍କୁ ମୋଟା ଅଙ୍କର ପିସି ଦେଉଥିବାରୁ କେହି ସେମାନଙ୍କୁ କହିବାକୁ ନାହାନ୍ତି ବୋଲି ଛକ ବଜାରରେ ଚର୍ଚ୍ଚା ଜୋର ଧରିଛି । ସହର ମଧ୍ୟରେ ଥିବା କମ୍ପୋଷ୍ଟଫିଟ , ପରିଶ୍ରାଗାର ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଇକୋ ଟଏଲେଟ କର୍ଯ୍ୟକ୍ଷମ ନ ହୋଇ ସେହିଭଲି ପଡି ରହିଛି । ଫଳରେ ସେହିସବୁ ସ୍ଥାନରେ ଲୋକେ ମଳମୂତ୍ର ତ୍ୟାଗ କରିବାରୁ ଏହି ସ୍ଥାନ ଏଡିସ ମଶାର ବାସସ୍ଥଳୀ ପାଲଟି ଯାଇଛି । ଏହିଭଳି ପରିସ୍ଥିତି ଲାଗିରହିଲେ ଆଗାମୀ ଦିନରେ ଡେଙ୍ଗୁଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରିବା ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି ।ଶିକ୍ଷାବିତ ଗୋଲେଖ ସାର୍ କୁହନ୍ତି ପୂର୍ବରୁ ପୌରପାଳିକା ମଧ୍ୟରେ ମଶା ଧୁଆ ଗାଡି ଅନବରତ ପ୍ରତ୍ୟେକ ୱାର୍ଡ ବୁଲି ଧୂଆଁ ଦେବା ସହିତ ଲୋକମାନଙ୍କୁ ସଚେତନ କରାଇବା ଏବଂ ମସାରୀ ବଂଟନ ଇତ୍ୟାଦି କରାଯାଉଥିଲା । ଏବେ ଉକ୍ତ ଧୂଆଁ ମେସିନ ଗୁଡିକ ଅଚଳ ହୋଇ ପଡିଥିବାବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ତଥା ପୌରାଧକ୍ଷ୍ୟଙ୍କ ଦୃଷ୍ଟି ନପଡିବା ଲଜ୍ୟା ଜନକ ବୋଲି ପଟ୍ଟାମୁଣ୍ଡାଇ ବାସୀ କହିଛନ୍ତି । ପରିମଳ ବ୍ୟବସ୍ଥା ସୁପରିଚାଳନା ତଥା ଅଳିଆ ସଫା କରିବା ଓ ପ୍ରତ୍ୟେକ ଦିନ ପୌରପାଳିକାର ସମସ୍ତ ୱାର୍ଡର ରାସ୍ତାଘାଟ ଝାଡୁ ମାରି ସଫା କରବା ନିମନ୍ତେ ଠିକାଦାର ମାନଙ୍କୁ ଦାଇତ୍ୱ ଦିଆ ଯାଇଛି । ପୌରପାଳିକା ଏ ବାବଦରେ ପ୍ରତିମାସ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଠିକାଦାର ମାନେ କୌଣସି ୱାର୍ଡରେ ଝାଡୁ ମାରିବା, ଅଳିଆ ଉଠେଇବା, ମଶା ତେଲ ଇତ୍ୟାଦି ପକାଇବା କାର୍ଯ୍ୟ କରୁନଥିବା ଦେଖିବାକୁ ମିଳୁଛି ।ଆଇନଜିବୀ ପ୍ରମୋଦ ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ପୌରପରିଷଦର ବିଭାଗୀୟ ଅଧିକାରୀମାନେ ସବୁ ଜାଣି ମଧ୍ୟ ନିଘୋଡ଼ ନିଦରେ ସୋଇ ରହିବା ଅଧିକାରୀ ମାନଙ୍କର ପାରିବା ପଣିଆ ଜଳ ଜଳ ହୋଇ ଦିଶୁଛି । ଉକ୍ତ ପୌରପାଳିକାରେ ଅନେକ ଗୁଡିଏ ପଦବୀ ଖାଲି ପଡିଥିବା ବେଳେ କିଛି କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।ଏଥିସହିତ ପୌରପାଳିକାରେ କାର୍ଯ୍ୟରତ ଅନଭିଜ୍ଞ ଯନ୍ତ୍ରୀମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଠିକ ଭାବେ ତଦାରଖ କରୁନଥିବାରୁ ଅନେକ ସମୟରେ ପୌରପାଳିକାକୁ କ୍ଷତି ସହିବାକୁ ପଡିଛି । ଏଥିପ୍ରତି ପୌର ପରିଷଦ ନଜର ଦେବାକୁ ସାଧାରଣରେ ଦାବି ହୋଇଛି ବୋଲି ସେ କହିଛନ୍ତି । ଏବାଦରେ ପୋରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି ପଚାରିବାରେ ଆଗରୁ ମଶା ଧୂଆଁ ଦେବା ମେସିନ ଖରାପ ଥିଲା ଆସନ୍ତା କାଲି ମେସିନ ରିପାରିଂ ହେବା ମଶା ଧୂଆଁ ରିତିମତ ପକାଯିବ ।


Discover more from

Subscribe now to keep reading and get access to the full archive.

Continue reading