କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ


କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଟାଉନହଲ ପରିସରରେ ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଉପନଗରପାଳ ଆକବରୀ ଖାତୁନ ଓ ପୈାରପରିଷଦର କାଉନସିଲରମାନେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳର ୨୧ଟି ୱାର୍ଡର ୨୭୫ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨ଶହରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦ୍ଦେଶ ବଣ୍ଟନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପୈାରାଧ୍ୟକ୍ଷାଙ୍କ ଉଦ୍ୟମରେ କେନ୍ଦ୍ରାପଡା ପୈାରାଞ୍ଚଳ ପାଇଁ ଆବାସ ଯୋଜନାର ଟାର୍ଗେଟ ମଞ୍ଜୁର କରାଯାଇ ଜିଲ୍ଲାରେ ପ୍ରଥମେ କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ହିତାଧିକାରୀମାନଙ୍କୁ କାର୍ଯ୍ୟଦ୍ଦେଶ ବଣ୍ଟନ କରାଯାଇଥିବାରୁ ପୈାରାଧ୍ୟକ୍ଷାଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଉନସିଲର ତୁଳସୀ ହେମ୍ବ୍ରମ, ନିବେଦିତା ସ୍ୱାଇଁ, ନିରାକାର ସ୍ୱାଇଁ, ଜୟନ୍ତୀ ପାଣି, ସ୍ଥିତିପ୍ରଜ୍ଞା ଶତପଥୀ, ପୁଷ୍ପାଞ୍ଜଳୀ ବସ୍ତିଆ, ସେକ ଅସଲମ, ହବିବା ବେଗମ, ଉମେଶ ନାୟକ, ଚୈାଧୁରୀ ସୁକୁମାର ଦାସ, ରମେଶ ଦାସ, ଅସୀମା ନାୟକ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ରଞ୍ଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କଲେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମିଳିବାର ବ୍ୟବସ୍ଥା ରହିଛି । ଏଥିସହିତ ଯେତେ ଅଧିକ ପରିମାଣର ଗୃହ ନିର୍ମାଣ କାର୍ଯ୍ୟ ନିଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ ସେହି ଅନୁଯାଇ ଏହି ପୈାରାଞ୍ଚଳକୁ ଆବାସ ଯୋଜନାରେ ଅଧିକ ଟାର୍ଗେଟ ମଧ୍ୟ ମିଳି ପାରିବ ବୋଲି ଅଧ୍ୟକ୍ଷା କହିବା ସହିତ ସମସ୍ତ ହିତାଧିକାରୀମାନଙ୍କୁ ଅବଧି ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିବେଦନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading