
କେନ୍ଦ୍ରାପଡ଼ା, ତା୨୮/୦୯: ଗାଙ୍ଗପଡା ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଭରସିଂହଠାରେ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଞ୍ଚାୟତ କଂଗ୍ରେସ କମିଟିର ପୁର୍ନଃଗଠନ କରାଯାଇ ଅଙ୍କୁର ଚରଣ ଦାସଙ୍କୁ ପୁର୍ନବାର ସଭାପତି ଭାବେ ନିର୍ବାଚିତ କରାଯାଇଛି । ଏହି କମିଟିରେ ଦିଲ୍ଲୀପ କୁମାର ରାଉତ, ରକିବ ଖାନ, ଅକ୍ଷୟ କୁମାର ଦାସ, ଡ଼ିସେମ୍ବର ଦାସ, ଭରତ ମଲ୍ଲିକ, ସବ୍ୟସାଚୀ ରାଉତ, ନୃସିଂହ ନାୟକ ଓ ପର୍ଶୁରାମ ମଲ୍ଲିକଙ୍କୁ ସଭ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥିସହ ଜଗମୋହନ ସାହୁ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ ଯୋଗଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି କଂଗ୍ରେସର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା କଂଗ୍ରେସର ବିଜୟ ପାଇଁ ନୂଆ ବନ୍ଧୁମାନଙ୍କୁ କଂଗ୍ରେସରେ ସାମିଲ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତ କଂଗ୍ରେସ କମିଟି ସହ ବୁଥ କଂଗ୍ରେସ କମିଟି ଗୁଡିକୁ ମଧ୍ୟ ପୁର୍ନଃଗଠିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନସିମ ଖାନ, ପରମେଶ୍ୱର ଦାସ, ସେକ ଅବଦୁଲ ରହିମ, ଦୀନବନ୍ଧୁ ରାଉତ, ପ୍ରେମାନନ୍ଦ ପ୍ରଧାନ, ଅଶୋକ କୁମାର ଦାସ, ରାମ ମଲ୍ଲିକ, ଦିବ୍ୟଲୋଚନ ପାତ୍ର, ଜଗବନ୍ଧୁ ଦଳାଇ, ସେକ ରକିବ, ଅଜୟ ଜେନା, ଅଦ୍ୱୈତ ଚରଣ ପାତ୍ର, ଚିତ୍ତରଞ୍ଜନ ମଲ୍ଲିକ, ଗୋବିନ୍ଦ ଚରଣ ପାତ୍ର, ଜଗମୋହନ ସାହୁ, ଭଗବାନ ସାମଲ, ଶରତ ରାଉତ, ସେକ ଖଲି ଉଲ୍ଲା ଓ ସୁରେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।










