ବ୍ଲକ୍‌ରେ ଦୁର୍ନୀତି ନେଇ କଂଗ୍ରେସର ରଣହୁଙ୍କାର ଘଟଣାରେ ଥାନାରେ ଅଭିଯୋଗ


ପଟ୍ଟାମୁଣ୍ଡାଇ ୨୯/୯ -ରାଜ୍ୟରେ ଚାଲିଥିବା ବାବୁରାଜ ବିରୋଧରେ ଦିନକୁ ଦିନ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ବିରୋଧିଦଳ ନେତା-ପ୍ରଶାସକ ଓ ତୀବ୍ର ହେବାରେ ଲାଗିଛି ବିରୋଧ । ବିଭିନ୍ନ କାରଣକୁ ନେଇ କଥା କଟା କଟି ହେବା ସହ ଘଟଣା କୁ ନେଇ ପୋଲିସରେ ଅଭିଯୋଗ ପର୍ଯ୍ୟନ୍ତ ମଧ୍ୟ ଯାଉଛି । କିଛିଦିନ ତଳେ ଦେବଗଡ଼ ବିଧାୟକ ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଓ ବିଧାୟକ ତାରା ବାହିନୀପତି ପାପଡ଼ାହାଣ୍ଡି ବିଡିଓଙ୍କ ସହ କଳି ହେବା ଘଟଣା, ଏବେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ବିଡିଓ ଏତଲା ଦେବା ଯାଏହାକୁ ନେଇ ପଟ୍ଟାମୁଣ୍ଡାଇ ରାଜନୀତିରେ ଝଡ ଦେଖିବାକୁ ମିଳିଛି ।

ସୁଚନାଯୋଗ୍ୟ ଯେ, ଗତ ବୁଧବାର ରାଜନଗର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ନେତା, କର୍ମୀ ଓ ଜନସାଧାରଣ ବିଡିଓଙ୍କ ବାବୁରାଜ ଓ ଶାସକଦଳ ପ୍ରେମକୁ ବିରୋଧ କରି ବିଡିଓଙ୍କ ନିଜସ୍ୱ କାର୍ଯ୍ୟାଳୟରେ ପହଁଚି ବିଡିଓଙ୍କ ସହିତ କଥା କଟାକଟି ହେବା ସହିତ ହୋ ହଲ୍ଲା କରି ବିଡିଓଙ୍କୁ ଘେରି ଯାଇଥିଲେ । ବିଡିଓ ନିଜ କାର୍ଯ୍ୟାଳୟରେ ନାକେଦମ୍ ହୋଇ ହଟହଟା ହୋଇଥିଲେ । ପରେ ବିଡିଓଙ୍କ ଅଫିସରେ ତାଲା ପାକାଇ ଏହି ସବୁ ଘଟଣାରୁ ନିବୃତ୍ତ ରହିବାକୁ କହି ଚାବି ବିଡିଓଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ଗୁରବାର ପଟ୍ଟାମୁଣ୍ଡାଇ ବିଡିଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀଙ୍କୁ ସାମିଲ କରି ଏକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଅନ୍ୟପକ୍ଷରେ ଶୁକ୍ରବାର ପଂଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ କେତେକ ସମିତିସଭ୍ୟାସଭ୍ୟ ମାନେ ଥାନା ଆଇଆଇସିଙ୍କୁ ଭେଟି କଂଗ୍ରେସ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ତାଙ୍କ ସମର୍ଥକ ସହ ବିଡିଓଙ୍କୁ ଦୁବ୍ୟବହାର କରିବା ଘଟଣାରେ ଉପଯୁକ୍ତ କର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଥିଲେ ।

ଯାହାକୁ ନେଇ କଂଗ୍ରେସ କର୍ମୀ ମାନେ ଉତ୍ୟକ୍ତ ହୋଇ ରାଜନଗର ନିର୍ବାଚନ ମଣ୍ଡଳିର ପଟ୍ଟାମୁଣ୍ଡାଇ ଓ ରାଜନଗରରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କୁଶପୁତଳିକା ଦାହ କାରିବା ସହିତ ବିଭିନ୍ନ ନାରାବାଜୀ କରିବା ସହିତ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ ତରଫରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କର୍ମୀନେତା ଓ ଜନସାଧାରଣ ଭିନ୍ନଭିନ୍ନ ଅଭିଯୋଗ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ବିଡିଓଙ୍କ ବିରୋଧରେ ଏତଲା ଦେଇଛନ୍ତି ବୋଲି ଆଦର୍ଶ ଥାନା ପକ୍ଷରୁ ଜଣାପଡିଛି । ଏନେଇ ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ନାହିଁ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading