ସାନଅଢଙ୍ଗ ଗ୍ରାମପଞ୍ଚାୟତର ଜାଲ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ , ଅର୍ଥ ଆଦାୟ ପାଇଁ ହାଇକୋର୍ଟଙ୍କ ନିର୍ଦେଶ


କେନ୍ଦ୍ରାପଡ଼ା, ୨୯ା୯: ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଭତ୍ତା ଅର୍ଥ ଆଦାୟ ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେଢମାସ ମଧ୍ୟରେ ଗ୍ରହଣ କରିବାକୁ ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ଗତ ୨୦୧୨ରୁ ୨୦୧୭ମସିହା ମଧ୍ୟରେ ବିନା ସରକାରୀ ମଞ୍ଜୁରୀରେ ମଧୁବାବୁ ପେନସନ, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, ଅବିବାହିତ ଭତ୍ତା ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିବା ଦର୍ଶାଇ ସେହି ଅର୍ଥକୁ ତୋଷରପାତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବା ପରେ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସାନଅଢଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା ୨୮୯ ତା ୧୫.୦୧ .୨୦୧୮ରିଖରେ ଏକ ପତ୍ର ଲେଖି ସୁରେଶ ଚନ୍ଦ୍ର ମଲ୍ଲ ନାମକ ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାଇ ବ୍ଲକରେ ରେକର୍ଡ ତନଖି କରାଯିବାରେ ଜଣାପଡିଲା ଯେ ସେହି ପଞ୍ଚାୟତର ୭୭ଜଣ ବିଭିନ୍ନ ଭତ୍ତା ହିତାଧିକାରୀଙ୍କୁ ବିନା ସରକାରୀ ମଞ୍ଜୁରୀରେ ଭତ୍ତା ପ୍ରଦାନ କରାଯାଉଛି । ତେଣୁ ସେହିମାନଙ୍କୁ ଭତ୍ତା ପ୍ରଦାନ କରାନଯିବାକୁ ଗରଦପୁର ବିଡିଓ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ସେହିପତ୍ର ଜିଲ୍ଲାପାଳ ପାଇବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପତ୍ର ସଂଖ୍ୟା ୧୩୮ ତା ୧୯.୦୧.୨୦୧୮ରିଖରେ ଗରଦପୁର ବିଡିଓଙ୍କୁ ଏକ ପତ୍ର ଲେଖି ସେହି ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ଅର୍ଥକୁ ରିକଭରି କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାଇଥିଲେ । ଏସମ୍ପର୍କରେ ଗରଦପୁର ବିଡିଓ କୈାଣସି ପଦକ୍ଷେପ ଗ୍ରହଣ ନକରିବାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆଲୋକ କୁମାର ସ୍ୱାଇଁ, ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଗତ ୩୦.୦୫.୨୦୨୨ରିଖରେ ଲିଖିତ ଅଭିଯୋଗ କରିଥିଲେ । ଏଥିସହିତ ନାଗରିପଡା ଗ୍ରାମର ମନୋଜ କୁମାର ନାୟକ ନାମକ ବ୍ୟକ୍ତି ଜଣଙ୍କ ସୂଚନା ଅଧିକାର ନିୟମ ଅନୁ୍‌ଯାଇ ଗରଦପୁର ବ୍ଲକରେ ଦରଖାସ୍ତ କରିବା ପରେ ତାଙ୍କୁ ସଂପୃକ୍ତ ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯାଇଥିଲା । ଏସମ୍ପର୍କରେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପଞ୍ଚାୟତବାସୀମାନେ ରେଜେଷ୍ଟ୍ରି ଡାକ ଯୋଗେ ଅଭିଯୋଗ କରିବା ପରେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରେ ସେହି ସରକାରୀ ଅର୍ଥକୁ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରୁ ଆଦାୟ କରାଯିବାକୁ ସାନଅଢଙ୍ଗ ଗ୍ରାମପଞ୍ଚାୟତର ବିଜିପୁର ଗ୍ରାମର ଦିଲ୍ଲିପ କୁମାର ଗିରି ଓଡିଶା ହାଇକୋର୍ଟରେ ଏକ ରିଟ ପିଟିସନ ଡବ୍ଲୁପିସି ନମ୍ବର- ୨୪୫୯୧/୨୦୨୩ରେ ଦାଖଲ କରିଥିଲେ । ସେହି ରିଟ ପିଟିସନର ବିଚାର କରି ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ କୋର୍ଟଙ୍କ ଏହି ନିର୍ଦେଶ ପାଇବାର ଦେଢମାସ ମଧ୍ୟରେ ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ଅର୍ଥ ଆଦାୟ କରାଯିବା ସହିତ ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading