ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ସମାରୋହ


କେନ୍ଦ୍ରାପଡା,୨୯ା୯ : ଶୁକ୍ରବାର ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ଓ ଭାଗବତ ଜନ୍ମ ମହାସମାରୋହରେ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣି ଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋ ଚିତ୍ର ସହ ନଗରକୀର୍ତ୍ତନ କରାଯାଇଥିଲା । ଶୁକ୍ରବାର ଦିନ ପ୍ରାତ ୬ଟା ସମୟରେ ପହଡ ଖୋଲାଯିବା ପରେ ସ୍ନାନ କରାଯାଇ ପୁଜାଅର୍ଚ୍ଚନା କରାଯାଇଥିଲା । ଏହାପରେ ମଧ୍ୟାହ୍ନରେ ଷୋଡଶ ଉପଚାର ତଥା ସନ୍ୟାସୀ ବେଶ କରାଯିବା ପରେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ସନ୍ଧ୍ୟାରେ ମହାଅଭିଷେକ କରାଯାଇଥିଲା । ଏହି ଅବସରରେ ଗତ ସେଣ୍ଟେମ୍ବର ୨୩ତାରିଖଖ ଠାରୁ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ବାବାଙ୍କ ଆର୍ଶିବାଦ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading