ପଟ୍ଟାମୁଣ୍ଡାଇ କଲେଜରେ ଶୈକ୍ଷିକ ଓ ପ୍ରଶାସନିକ ମାନ ସମୀକ୍ଷା


ପଟ୍ଟାମୁଣ୍ଡାଇ କଲେଜର ୨୦୨୦-୨୧ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶୈକ୍ଷିକ ଓ ପ୍ରଶାସନିକ ମାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅଧିକାରୀ ଲଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ବିଶେଷଜ୍ଞ ମାନଙ୍କୁ ସ୍ୱାଗତ କରିଥିଲେ । ଆଇ କ୍ୟୁ ଏ ସି ସଂଯୋଜକ ପ୍ରାଧ୍ୟାପକ ସୁନୀଲ ପ୍ରଧାନ କଲେଜର ସଂକ୍ଷିପ୍ତ ଇତିହାସ ପ୍ରଦାନ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟ ଜୈବ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରାକ୍ତନ ପ୍ରଫେସର ଡ଼ ବିଷ୍ଣୁ ପ୍ରସାଦ ଦାସ, ରାଜନୀତି ବିଜ୍ଞାନ ପ୍ରଫେସର ଡ଼ ଅନିଲ ମହାପାତ୍ର ଓ ବ୍ରହ୍ଣପୁର ବିଶ୍ୱବିଦ୍ୟାଳୟ ଆଇ ଆର ପି ଏମ ବିଭାଗ ପ୍ରାକ୍ତନ ପ୍ରଫେସର ଡ଼ ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ କଲେଜର ଶୈକ୍ଷିକ ମାନ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିଥିଲେ । ସେହିପରି ଓଡ଼ିଆ ଉଚ୍ଚଶିକ୍ଷା ବିଭାଗ ପ୍ରାକ୍ତନ ନିର୍ଦେଶକ ତଥା ଓ ପି ଏସ ସି ପ୍ରାକ୍ତନ ଅଧକ୍ଷ ପ୍ରଫେସର ସତ୍ୟକାମ ମିଶ୍ର,କେନ୍ଦ୍ରାପଡ଼ା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମେଜର ପୀତବାସ ମହାନ୍ତି ପ୍ରଶାସନିକ ବ୍ୟବସ୍ଥାର ମାନ ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଆଇ କ୍ୟୁ ଏ ସି ସଦସ୍ୟ ପ୍ରାଧ୍ୟାପକ ରଂଜିତ ସେନାପତି, ଡ଼ ରମେଶ ସାହୁ, ଅଧ୍ୟାପକ ସୁଭାଶିଷ ମିଶ୍ର, ଜିତେନ୍ଦ୍ର ମଲ୍ଲିକ ଓ ସ୍ମୃତି ରଞ୍ଜନ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ କଲେଜ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ଏ ଡି ଜେ କୋର୍ଟ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି :ଆଇନମନ୍ତ୍ରୀ

Sat Sep 30 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ପବିତ୍ର ବିଧାନସଭା ଗୃହରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସମେତ ରାଜନଗର ଆଳି ରାଜକନିକା ଅଂଚଳର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ପ୍ରତିଷ୍ଠା କରିବା ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ […]