
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ପବିତ୍ର ବିଧାନସଭା ଗୃହରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସମେତ ରାଜନଗର ଆଳି ରାଜକନିକା ଅଂଚଳର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ପ୍ରତିଷ୍ଠା କରିବା ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନର ଉତରରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କୋର୍ଟ ଖୋଲିବା ପାଇଁ ୨୦୧୯-୨୦ ବର୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହି କୋର୍ଟ ପାଇଁ ଆବଶ୍ୟକ ପଦ ପଦବୀ ସୃଷ୍ଟି କରାଗଲା ପରେ ସରକାର କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ପବିତ୍ର ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି ।

