ଅସହାୟା ସରୋଜିନୀଙ୍କୁ ଭେଟି ସମବେଦନା ଜଣାଇଲେ ବିଧାୟକ , ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ , ବ୍ୟକ୍ତିଗତ ଭାବେ ଗୃହ ନିର୍ମାଣ ପ୍ରତିଶୃତି


ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମର ଅସହାୟା ରୋଗୀଣା ବୃଦ୍ଧା ସରୋଜିନୀ ମହାନ୍ତି ଓ ତାଙ୍କର ଏକମାତ୍ର ଦିବ୍ୟାଙ୍ଗ କନ୍ୟାଙ୍କ ଦୁର୍ଦଶାର କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ଉଭୟ ଅସହାୟା ମା ଓ ଝିଅଙ୍କୁ ନିଜ ବାସଭବନରେ ଭେଟି ସମବେଦନା ଜଣାଇଛନ୍ତି । ବିଧାୟକ ସାହୁ ମା ଝିଅଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଅନୁଦାନ ମଂଜୁର କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଟେଲିଫୋନରେ କଥା ହୋଇ ପରାମର୍ଶ ଦେଇଥିଲେ । ଏଥି ସହିତ ଏକ ଭଙ୍ଗା ଦଦରା ଘରେ ଅସୁରକ୍ଷିତ ଭାବେ ରହିଥିବା ଦେଖି ନିଜ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏକ ନୂଆ ଘର ନିର୍ମାଣ କରିବା ପାଇଁ ବିଧାୟକ ଏଇ ଅବସରରେ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ସହିତ ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ସାମିଲ ହୋଇ ଉଭୟ ଅସହାୟା ମହିଳାଙ୍କୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।


Next Post

ମଦ ବିରୋଧୀଙ୍କ ସଭା, ଶୋଭାଯାତ୍ରା ଓ ଦାବିପତ୍ର

Mon Oct 2 , 2023
କେନ୍ଦ୍ରାପଡ଼ା,୨ା୧୦: ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଦ ବିରୋଧୀମାନଙ୍କର ଜିଲ୍ଲା ସଦର ମହକୁମାରେ ସଭା ଓ ଶୋଭାଯାତ୍ରା ସଂଗଠିତ ହୋଇଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆହ୍ୱାନରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ପୂର୍ବାହ୍ନରେ ସହରର ନୂଆ ବସଷ୍ଟାଣ୍ଡସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶୋଭାଯାତ୍ରା ବାହାରି ଥିଲା । ସଂଗଠନର ଶତାଧିକ କର୍ମୀ ମଦ୍ୟମୁକ୍ତ ଓଡିଶା ଓ […]

KANIKA