କେନ୍ଦ୍ରାପଡ଼ା, ୨ା୧୦ : ମୈାସୁମୀ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୁଲନଗରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କବି ପ୍ରେମାନନ୍ଦ ଖଣ୍ଡୁଆଳଙ୍କ ରଚିତ ଗଳ୍ପ ସଙ୍କଳନ “ଅଜବ ମଣିଷ” ଉନ୍ମୋଚନ ହେବା ସହ ଏକ ଭବ୍ୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ କବି ପ୍ରେମାନନ୍ଦ ଖଣ୍ଡୁଆଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ଗାଳ୍ପିକ ରତ୍ନାକର ନାୟକ, ପରାଗର ସମ୍ପାଦକ ବନମାଳୀ ସେନାପତି, ଅଧ୍ୟାପିକା ଭଗବତୀ ରାଉତ, କବି ରମେଶ ଚନ୍ଦ୍ର ପତି ପ୍ରମୁଖ ଯୋଗଦେଇ ପୁସ୍ତକ ଉପରେ ସେମାନଙ୍କ ଦୃଷ୍ଟିଭଙ୍ଗି ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଲକର ସମ୍ପାଦକ ଶଶିକାନ୍ତ ଦାସ, ସତୀର୍ଥର ସମ୍ପାଦକ ମନ୍ମଥ ବରାଳ, କବି ସଚ୍ଚିଦାନନ୍ଦ ମିଶ୍ର, ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ ମଲ୍ଲିକ, ସମ୍ପାଦସକ ସ୍ୱପ୍ନାଂଶୁ ଦାସ, କବୟତ୍ରୀ ଡଃ. କଳ୍ପନା ମଲ୍ଲିକ, ଶିକ୍ଷାବିତ ସୁଧାଂଶୁ ଶେଖର ଦ୍ୱିବେଦୀ, ବନଫୁଲ ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଅଜୟ ପାତ୍ର, ରଞ୍ଜନ ବାଇ, ନିରଞ୍ଜନ ମେକାପ, ରାମକୃଷ୍ଣ ଦାଶ, ଭରତ ଚନ୍ଦ୍ର ଜେନା, ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ଡଃ. ନଳିନୀ ବେହେରା, ମହନ୍ତ ମଲ୍ଲିକ, ସୁରଥ ରାଉତ, ଝୁନିଲତା ବିଶ୍ୱାଳ, ଗୋଲାପ ରାଉତ, ଶ୍ରୀଧର ରାଉତ, ରତ୍ନାକର ମଲ୍ଲିକ, କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ୨୦ରୁ ଉର୍ଦ୍ଧ୍ୱ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । କବି ଚାରୁଲତା ଭୂୟାଁ ସଂଯୋଜନା କରିଥିବା ବେଳେ କବି ବୃନ୍ଦାବନ ଦାସ ପାଠୋତ୍ସବ ପରିଚାଳନା କରିଥିଲେ ଏବଂ ଧନେଶ୍ୱର ଦାସ ସହାୟତା କରିଥିଲେ ।