
କେନ୍ଦ୍ରାପଡା ଜିଲ୍ଳା ଓଡିଶା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ସାଇବର ସଚେତନତା ରଥ ମଙ୍ଗଳବାର ପଟ୍ଟାମୁଣ୍ଡାଇ ସହରର ପହଁଚି ସାଇବର ଅପରାଧ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି । ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥିରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥିବା ପରିଲକ୍ଷିତ ହେଉଛି ।
ସର୍ବପ୍ରଥମେ ଏହି ରଥ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ନିକଟରେ ପହଂଚିବା ପରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ଓ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି, ବଣିକ ସଂଘ ଉପସଭାପତି ମୋହନ ଦାସ, ଦୁଷ୍ମନ୍ତ ସାହୁ ଖବରଦାତା ଅକ୍ଷୟ ସାହୁ, ପତିତପାବନ ଭଦ୍ର, ପ୍ରବୀର ନାୟକ, ଉପେନ୍ଦ୍ର ନାୟକ, କିଶୋର ଜେନା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।ଏହା ସହ ନସଚେତନତା ମୂଳକ ପାଲା ପରିବେଷଣର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।ଏଥିସହ ଗୀତ ଗାଇ ସଚେତନତା ବାର୍ତ୍ତା ଦେଇଥିବାବେଳେ ସାଇବର ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସାଇବର ଅପରାଧରୁ ନିଜକୁ ରକ୍ଷା କରିବାକୁ ସଚେତନ କରିଥିଲେ।
ପରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଓ ପଟ୍ଟାମୁଣ୍ଡାଇ କଲେଜରେ ଦୁଇଟି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଆୟୋଜିତ ସଚେତନତା ସଭାରେ କେନ୍ଦ୍ରାପଡ଼ା ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ସାଇବର ଅପରାଧ ରୋକିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଥିଲେ ଯଦି ଫୋନରେ କୌଣସି ଓଟିପି କିମ୍ବା କୌଣସି ସାଇଡକୁ ଗଲେ ଅଯଥାରେ କିଛି ବି କ୍ଲିକ କରନ୍ତୁ ନାହିଁ। ନଚେତ ଅତି କମ୍ ସମୟରେ ସାଇବର ଲୁଟେରା ଲୋକଙ୍କର ସମସ୍ତ ବିବରଣୀ ଜାଣି ଲୁଟ କରିପାରେ। ନଜକୁ କେବେ ହେଲେ ସୁରକ୍ଷିତ ଭାବିବା ଭୁଲ ବୋଲି କୁହାଯାଇଥିଲା। କୌଣସି ସମସ୍ୟା ହେଲେ ୧୯୩୦କୁ ତୁରନ୍ତ ଫୋନ କରିବାକୁ କୁହାଯାଇଛି। ନିଜେ ସଚେତନ ହୋଇ ଅନ୍ୟକୁ ମଧ୍ୟ ୭ସଚେତନ କରାନ୍ତୁ ବୋଲି କୁହାଯାଇଛି। ଏଥିରେ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର, ଶିକ୍ଷକ ଅଶୋକ ଦାଶ, ଶିକ୍ଷୟତ୍ରୀ ସସ୍ମିତା ସିଂ ଓ ଅନିତା ଧଳ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ ଓ ହାଇସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏମ ଏନ ହାଇସ୍କୁଲ ଗେଟ ନିକଟରେ ପୋଲିସ ବାହିନୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସାଇବର ସଚେତନତା ରଥକୁ ସ୍ୱାଗତ କରିଥିଲେ ।










