ଦୀର୍ଘ ୪୨ବର୍ଷ ପରେ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ମିଳନ


ଭୂବନେଶ୍ୱର, ୪ା୧୦  ଆପଣ ଜାଣି ବିଶ୍ମିତ ହେବେ କି ୪୨ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନେ ଏକାଠି ହୋଇଛନ୍ତି  କିଏ କିଏ ସରକାରୀ ବାକିରୀରୁ ଅବସର ନେବାକୁ ବସିଲେଣି କିଏ ଡାକ୍ତର ତ କିଏ ଇଞ୍ଜିନିୟର ଆଉ କିଏ ସରକାରଙ୍କର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ମୁଣ୍ଡ ଓ ନିସରେ ପାଚିଲା ଚୁଟିକୁ ଦେଖିଲେ ବାରି ହେଉଛି । ପ୍ରାୟ ଅଧିକାଂଶ ନାତି ନାତୁଣୀ ହେଖି ସାରିଲେଣି । ତଥାପି ଏମାନେ ଛାତ୍ର । ୪୨ ବର୍ଷ ତଳେ ଯେମିତି ବିଦ୍ୟାଳୟରେ ସମସ୍ତେ ମିସି ସ୍କୁଲକୁ ଯାଇ ପାଠପଢିବା ସହିତ ଖେଳ ଛୁଟି ସମୟରେ ବିଭିନ୍ନ ଖେଳ ଖେଳିବା ସହିତ ସାହୁ ପାଖରୁ ତେନ୍ତୁଳି ଓ ଆମ୍ବ ଖଟା ଆଣି ବାନ୍ଧବୀମାନଙ୍କ ସହିତ ଖଟା ଖାଇବା ବହୁତ ମଜାଲାଗୁଥିଲା । ଖରାଦିନେ ସ୍କୁଲ ଛୁଟି ଥିଲେ ଜାମୁ କୋଳି, ଆମ୍ବ, ବରକୋଳି ଗଛରୁ ପାରି ଖାଇବା ମଜା ଲାଗୁଥିଲା । ଘରେ ପହଁଞ୍ଚିଲେ ମା ଠାରୁ ଗାଳିଶୁଣିବା ଓ ପାଠ ନକେଲେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଠାରୁ ଶ୍ରେଣୀ ଗୃହ ସାମନାରେ ଆଣ୍ଠୋଇବା ବା ଶାସ୍ତି ପାଇବା ପ୍ରଭୃତି ବିଭିନ୍ନ ସ୍ମୃତି ଗୁଡିକୁ ୪୨ବର୍ଷ ପରେ ଗତକାଲି ଭୂବନେଶ୍ୱର ପ୍ରେସ ଛକନିକଟରେ ଏକ ସଭାଗୃହରେ ଛାତ୍ରଛାତ୍ରୀମାନେ ବଖାଣିଥିଲେ ।

ସେମାନ ସ୍ଥାନୀୟ ୟୁନିଟ ୯ ଫ୍ଲାଟସ୍ଥିତ ରିଜିଓନାଲ କଲେଜ କଲୋନୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଠି ହୋଇଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ କରିଥିଲେ । ଦୀର୍ଘ ୪୨ ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରତ୍ୟୁଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏହି ସ୍କୁଲର ଛାତ୍ର ଜିତେନ୍ଦ୍ର ସାହୁ, ଅମିତାଭ ପଣ୍ଡା ଓ ରଶ୍ମିରଞ୍ଜନ ମିଶ୍ର ଓ ଦିବଂଗତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ସଭାରେ ଡା. ପ୍ରସନ୍ନ ପଟ୍ଟନାୟକଙ୍କୁ ସଭାପତି, ସରୋଜିନି ଜେନାକୁ ସମ୍ପାଦକ ଓ ପ୍ରତ୍ୟୁଷ ମହାନ୍ତିକୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା । ସମସ୍ତେ ନିଜନିଜର ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ୪୨ବର୍ଷ ପରେ ପ୍ରଥମ ଥର ପାଇଁ ଏକାଠି ହୋଇଥିବାରୁ ସମସ୍ତେ ଭାବବିହ୍ୱଳ ହୋଇ ସେମାନଙ୍କ ଅଭୁଲା ସ୍ମୃତି କହିଥିଲେ । ଗରୀବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ସାହାର୍ଯ୍ୟ କରାଯାଇପାରିବ ସମସ୍ତେ ସୁ ମତାମତ ଦେବା ସହିତ ବିଭିନ୍ନ ସାଜିକ କାର୍ଯକ୍ରମ କରିବା ସହିତ ପ୍ରତିବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ବହୁ ଛାତ୍ରଛାତ୍ରୀମାନେ ଓଡିଶା ବାହାରେ ରହୁଥିବାରୁ ସେମାନଙ୍କ ସହିତ ଯୋଗାଯୋଗ କରି କିଭଳି ଆଗାମୀ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେବାକୁ ଭାଗନେବେ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ଯୋଗମାୟା ମହାପାତ୍ର ସମସ୍ତ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ଓଡିଶା ଓ ଓଡିଶା ବାହାରୁ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ରଥ, ସୁଜାତା ଷଡଙ୍ଗୀ, ପ୍ରଶନ୍ନ ପଟ୍ଟନାୟକ ଓ ପ୍ରତାପ ପାଢି ପ୍ରମୁଖ ପରିଚାଳନା କରିଥିଲେ ।

 

 


Discover more from

Subscribe now to keep reading and get access to the full archive.

Continue reading