
ଭୂବନେଶ୍ୱର, ୪ା୧୦– ଆପଣ ଜାଣି ବିଶ୍ମିତ ହେବେ କି ୪୨ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନେ ଏକାଠି ହୋଇଛନ୍ତି । କିଏ କିଏ ସରକାରୀ ବାକିରୀରୁ ଅବସର ନେବାକୁ ବସିଲେଣି ତ କିଏ ଡାକ୍ତର ତ କିଏ ଇଞ୍ଜିନିୟର ଆଉ କିଏ ସରକାରଙ୍କର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ମୁଣ୍ଡ ଓ ନିସରେ ପାଚିଲା ଚୁଟିକୁ ଦେଖିଲେ ବାରି ହେଉଛି । ପ୍ରାୟ ଅଧିକାଂଶ ନାତି ନାତୁଣୀ ହେଖି ସାରିଲେଣି । ତଥାପି ଏମାନେ ଛାତ୍ର । ୪୨ ବର୍ଷ ତଳେ ଯେମିତି ବିଦ୍ୟାଳୟରେ ସମସ୍ତେ ମିସି ସ୍କୁଲକୁ ଯାଇ ପାଠପଢିବା ସହିତ ଖେଳ ଛୁଟି ସମୟରେ ବିଭିନ୍ନ ଖେଳ ଖେଳିବା ସହିତ ସାହୁ ପାଖରୁ ତେନ୍ତୁଳି ଓ ଆମ୍ବ ଖଟା ଆଣି ବାନ୍ଧବୀମାନଙ୍କ ସହିତ ଖଟା ଖାଇବା ବହୁତ ମଜାଲାଗୁଥିଲା । ଖରାଦିନେ ସ୍କୁଲ ଛୁଟି ଥିଲେ ଜାମୁ କୋଳି, ଆମ୍ବ, ବରକୋଳି ଗଛରୁ ପାରି ଖାଇବା ମଜା ଲାଗୁଥିଲା । ଘରେ ପହଁଞ୍ଚିଲେ ମା ଠାରୁ ଗାଳିଶୁଣିବା ଓ ପାଠ ନକେଲେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଠାରୁ ଶ୍ରେଣୀ ଗୃହ ସାମନାରେ ଆଣ୍ଠୋଇବା ବା ଶାସ୍ତି ପାଇବା ପ୍ରଭୃତି ବିଭିନ୍ନ ସ୍ମୃତି ଗୁଡିକୁ ୪୨ବର୍ଷ ପରେ ଗତକାଲି ଭୂବନେଶ୍ୱର ପ୍ରେସ ଛକନିକଟରେ ଏକ ସଭାଗୃହରେ ଛାତ୍ରଛାତ୍ରୀମାନେ ବଖାଣିଥିଲେ ।

ସେମାନ ସ୍ଥାନୀୟ ୟୁନିଟ ୯ ଫ୍ଲାଟସ୍ଥିତ ରିଜିଓନାଲ କଲେଜ କଲୋନୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଠି ହୋଇଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ କରିଥିଲେ । ଦୀର୍ଘ ୪୨ ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରତ୍ୟୁଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏହି ସ୍କୁଲର ଛାତ୍ର ଜିତେନ୍ଦ୍ର ସାହୁ, ଅମିତାଭ ପଣ୍ଡା ଓ ରଶ୍ମିରଞ୍ଜନ ମିଶ୍ର ଓ ଦିବଂଗତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି ସଭାରେ ଡା. ପ୍ରସନ୍ନ ପଟ୍ଟନାୟକଙ୍କୁ ସଭାପତି, ସରୋଜିନି ଜେନାକୁ ସମ୍ପାଦକ ଓ ପ୍ରତ୍ୟୁଷ ମହାନ୍ତିକୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା । ସମସ୍ତେ ନିଜନିଜର ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ୪୨ବର୍ଷ ପରେ ପ୍ରଥମ ଥର ପାଇଁ ଏକାଠି ହୋଇଥିବାରୁ ସମସ୍ତେ ଭାବବିହ୍ୱଳ ହୋଇ ସେମାନଙ୍କ ଅଭୁଲା ସ୍ମୃତି କହିଥିଲେ । ଗରୀବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ସାହାର୍ଯ୍ୟ କରାଯାଇପାରିବ ସମସ୍ତେ ସୁ ମତାମତ ଦେବା ସହିତ ବିଭିନ୍ନ ସାଜିକ କାର୍ଯକ୍ରମ କରିବା ସହିତ ପ୍ରତିବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ବହୁ ଛାତ୍ରଛାତ୍ରୀମାନେ ଓଡିଶା ବାହାରେ ରହୁଥିବାରୁ ସେମାନଙ୍କ ସହିତ ଯୋଗାଯୋଗ କରି କିଭଳି ଆଗାମୀ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେବାକୁ ଭାଗନେବେ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ଯୋଗମାୟା ମହାପାତ୍ର ସମସ୍ତ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ଓଡିଶା ଓ ଓଡିଶା ବାହାରୁ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ରଥ, ସୁଜାତା ଷଡଙ୍ଗୀ, ପ୍ରଶନ୍ନ ପଟ୍ଟନାୟକ ଓ ପ୍ରତାପ ପାଢି ପ୍ରମୁଖ ପରିଚାଳନା କରିଥିଲେ ।











