ରାଜନଗର ବ୍ଲକ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ଶିଳାନ୍ୟାସ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିଲା । ଏହି ବ୍ଲକରେ ପଦଯାତ୍ରାର ଦ୍ୱିତୀୟ ଦିନରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ଏହି ପଦଯାତ୍ରା ତ୍ରିନାଥ ବଜାର, ହଂସୁଆ ସେତୁ ଦେଇ ରାଜନଗର ବଜାର ପରିକ୍ରମା କରି ମହୁଲିଆ ପଚାଂୟତ ବିଭିନ୍ନ ଛକ ଦେଇ ଜରିମୂଳ ବଜାରରେ ପହଂଚିଥିଲା । ସେଠାରୁ କୁରୁଂଟି ପଚାଂୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ବ୍ରାହ୍ମଣସାହି ପଚାଂୟତର ବିଭିନ୍ନ ଗାଁ ପରିକ୍ରମା କରି ପ୍ରହରାଜପୁରରେ ପହଂଚିଥିଲା । ବିଧାୟକ ଧୃବ ସାହୁ ତଟବନ୍ଧ ବିଭାଜନ ପକ୍ଷରୁ ପ୍ରହରାଜପୁରଠାରେ ତଟସୁରକ୍ଷା ନେଇ ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ଉପାଧ୍ୟକ୍ଷ ଗଣେଷଚନ୍ଦ୍ର ଗୁଡିଆ, ସୋସିଆଲ ମିଡିଆ ସଂଯୋଜକ ବିଜୟକୁମାର ନାୟକ, ଆତ୍ମା କମିଟିର ସଭାପତି ଗୋବର୍ଦ୍ଧନ ପ୍ରଧାନ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣକୁମାର ସାହୁ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ବୈବର୍ତନାରାୟଣ ବିଶ୍ୱାଳ, ରଶ୍ମିରଂଜିତା ସ୍ୱାଇଁ, ସରଂପଚ ବିଣାପାଣୀ ପ୍ରଧାନ, ଗୋଲେଖ ସ୍ୱାଇଁ, ଅଶୋକ ମହାନ୍ତି, ଚିତରଂଜନ ପଣ୍ଡା, ଶୈଳେନ୍ଦ୍ର ମିଶ୍ର, ପ୍ରସନ୍ନ ପରିଡା, ସମିତି ସଭ୍ୟ ଆର୍ତବନ୍ଧୁ ମହାନ୍ତି, ସଂଜୟ ସ୍ୱାଇଁ, ରବିନ ମଳିକ, କୈାଶିକ ବେହେରା, ସୁଦର୍ଶନ ଦାସ, ସାଧାରଣ ସଂପାଦକ ନରହରି ଜେନା, ପ୍ରମୋଦ ପ୍ରଧାନ, ବିଜ୍ଞାନରଂଜନ ଜେନା, ନରେନ୍ଦ୍ର ସ୍ୱାଇଁ, ସର୍ବେଶ୍ୱର ମହାନ୍ତି, ନବକିଶୋର ପାତ୍ର, ଘନଶ୍ୟାମ ବଳ, ପୃଥୀରାଜ ପାତ୍ର, ସରୋଜ ରାଉତ, ସାଗର ପରିଡା, ସୁବାଷ ଜେନା, ସୁନିଲ ପ୍ରଧାନ, କଳ୍ପତରୁ ଜେନା, ବିଚିତ୍ର ସ୍ୱାଇଁ, କ୍ଷୀରୋଦ ରାଉତ, ଅଂଶୁମାନ ପରିଡା, ନଳିନୀକାନ୍ତ ମଙ୍ଗରାଜ, ନିମାଇଁ ରାଉତ ପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।


Next Post

ଆଞ୍ଜୁଳାଏ ସ୍ମୃତି ପାଖୁଡା ଉନ୍ମୋଚିତ

Mon Oct 9 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବୟିତ୍ରୀ ତଥା ପତ୍ରପୁର ସାମନ୍ତ ସିଂହାର କେଳୁ ଚରଣ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଦାଶଙ୍କର ତୃତୀୟ କବିତା ସଙ୍କଳନ “ଆଞ୍ଜୁଳାଏ ସ୍ମୃତି ପାଖୁଡ଼ା” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଓଡିଶାର ପ୍ରଥିତଯଶା ପ୍ରାବନ୍ଧିକ ତଥା ସମାଲୋଚକ ବାଗ୍ମୀ ବିଶ୍ୱ ଭାରତୀ ଶାନ୍ତିନିକେତନର […]

KANIKA