
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବୟିତ୍ରୀ ତଥା ପତ୍ରପୁର ସାମନ୍ତ ସିଂହାର କେଳୁ ଚରଣ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଦାଶଙ୍କର ତୃତୀୟ କବିତା ସଙ୍କଳନ “ଆଞ୍ଜୁଳାଏ ସ୍ମୃତି ପାଖୁଡ଼ା” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଓଡିଶାର ପ୍ରଥିତଯଶା ପ୍ରାବନ୍ଧିକ ତଥା ସମାଲୋଚକ ବାଗ୍ମୀ ବିଶ୍ୱ ଭାରତୀ ଶାନ୍ତିନିକେତନର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କଥାକାର ତଥା କବି ଡ. ନୀଳମଣି ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ । ସମ୍ମାନିତଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ସନାତନ ବେହୁରା, ଅଧ୍ୟାପକ ବିରଜାନନ୍ଦ ମହାନ୍ତି, ପୌରାଧ୍ୟକ୍ଷ ହେମନ୍ତ ସାହୁ, ବନଫୁଲ ପ୍ରକାଶନୀର ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ପ୍ରମୁଖ ଯୋଗଦେଇ ବିଷୟରେ ନିଜ ନିଜର ମତାମତ ଦେଇଥିଲେ । କବୟିତ୍ରୀ ଚାରୁଲତା ଭୂୟାଁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ସୁଶ୍ରୀ ପ୍ରିତୀନନ୍ଦା ପରିଡ଼ା ଓ ସୁଶ୍ରୀ ଲୋପିତା ସାହୁ କବୟିତ୍ରୀ ଆରାଧନା ଦାଶଙ୍କ ରଚିତ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, କବି ଡକ୍ଟର ମନୋରଞ୍ଜନ ଦାଶ, କବି ସଚ୍ଚିତ୍ର ବେହୁରା, ଶିକ୍ଷାବିତ୍ କଣ୍ଡୁରୀ ଚରଣ ସ୍ୱାଇଁ, ଗାଳ୍ପିକ ପ୍ରଦୀପ ନାୟକ, କବି ନାରାୟଣ ପ୍ରସାଦ ରାଉଳ, ସତୀର୍ଥର ସମ୍ପାଦକ ମନ୍ମଥ ନାଥ ବରାଳ, ଅମର ପ୍ରସାଦ ରାଉତ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦର ସମ୍ପାଦକ ଗୋପିନାଥ ତ୍ରିପାଠୀ, ଶିକ୍ଷାବିତ୍ ରାଜକୁମାର ବିଶ୍ୱାଳ, ପଲକର ସମ୍ପାଦକ ଶଶିକାନ୍ତ ଦାସ,ବେଲେଶ୍ୱର ସାହିତ୍ୟ ସଂସଦର ସଭାପତି ବ୍ୱ୍ରଜବନ୍ଧୁ ଦାଶ, ଚିତଶିଲ୍ପ୍ରି ରମେଶ ଚନ୍ଦ୍ର ଦେ, ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ, ଅଶୋକ କୁମାର ଦାଶ, ମହେଶ୍ୱର ପ୍ରଧାନ, କବି ରାମକୃଷ୍ଣ ଦାଶ, ଶିକ୍ଷାବିତ୍ ସଚ୍ଚିନନ୍ଦନ ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, କବି ରଶ୍ମିତା ସେନାପତି, କବି ସନିଭା ଦାଶ ମିଶ୍ର, ସ୍ୱର୍ଣ୍ଣମୟୀ ନାୟକ, କବୟିତ୍ରୀ ଶୈଳବାଳା ନନ୍ଦ, ସମାଜସେବୀ ବିପିନ ବିହାରୀ ପରିଡ଼ା, କବି ଅନ୍ତର୍ଯ୍ୟାମୀ ବେଜ,, କବି ଅଶୋକ କୁମାର ପରିଡ଼ା, ଆମ ସମ୍ପର୍କ ଅନୁଷ୍ଠାନର ସମ୍ପାଦକ ଦେବେନ୍ଦ୍ର ପାତ୍ର, କବି ବୈଷ୍ଣବ ମଲିକ୍, କବି ଗୌରାଙ୍ଗ ଚରଣ ମହାନ୍ତି,ଶିକ୍ଷାବିତ୍ ସରୋଜ ମଲ୍ଲିକ,କବି ମାଧବ ମଲ୍ଲିକ ଆଦି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଶେଷରେ ବେଲେଶ୍ୱର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।










