
କେନ୍ଦ୍ରାପଡା ସହରରେ ସୋମବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମହାବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ନିକଟ ଓ କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିରେ ବିଶିଷ୍ଠ ବ୍ୟକ୍ତିମାନେ ମାଲ୍ୟାପର୍ଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୌରାଞ୍ଚଳର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ତ୍ୟାଗରରେ ଅନୁପ୍ରାଣିତ ହୋଇ ଭବିଶ୍ୟତ ପିଢି ଏକ ସଂସ୍କାର ସମାଜ ଗଠନ ପାଇଁ ବିଧାୟକ ବେହେରା ଆହ୍ୱାନ ସହ ଗୋପବ ଦାସନ୍ଧୁ କିଭଳି ନିଜ କଥା ନଭାବି ସମାଜର ମଙ୍ଗଳ ପାଇଁ ନିଜକୁ ଉର୍ସଗ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ବିଧାୟକ ବେହେରା ଗୋପବନ୍ଧୁ ପାଠାଗାରାର ଉନ୍ନତି ସହିତ ଉପର ମହଲା ତିଆରି କରିବାକୁ ପ୍ରତିଶୃତି ଦେଇଥିଲେ । ଏଥି ସହିତ ପୌରାଧ୍ୟକ୍ଷା ସରିତା ସାହୁ, ଶିକ୍ଷାବିତ୍ ନନ୍ଦ କିଶୋର ପରିଡା, ଅଜୟ ସାମଲ, ବାସୁ ଦେବ ଦାସ, ଗୟାଧର ଧଳ, ୨୧ନଂ ୱାର୍ଡ କାଉଁସିଲର ପ୍ରଭାଶିଷ ପଣ୍ଡା ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ମଙ୍ଗଳ ବରଣ ସିଂ,ପୂର୍ବତନ ପୌରାଧ୍ୟକ୍ଷ ଧିରେନ ସାହୁ, ଆଇନଜୀବୀ ଧ୍ରୁର୍ବ ଚରଣ ଜେନା, ଜିଲ୍ଲା ବିଜେଡି ସମ୍ପାଦକ ରଞ୍ଜନ କୁମାର କର, କେନ୍ଦ୍ରାପଡା ବ୍ଲକ ସଭାପତି ଆଲୋକ ସାହୁ, ଗାନ୍ଧି ପଦଯାତ୍ରାର ସ୍ମୃତି ପରିଷଦର ଆବାହକ ରାଜେଶ ପଣ୍ଡା ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥି ସହିତ ବିଭିନ୍ନ ସଂଗଠନର ସମାଜସେବୀ, ପାଠାଗାରର ପାଠକ/ପାଠିକା, କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।











