କଜଳବନ୍ଧରେ ଶିଶୁମହୋତ୍ସବ ସୁରଭି



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ପଂଚାୟତ କଜଳବନ୍ଧ କେବି ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ସପ୍ନେଶ୍ୱର ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ବିଇଓ ହରିହର ଦଳାଇ ମୁଖ୍ୟଅତିଥି, ବି.ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସରପଂଚ ମମତା ସାମଲ, ସମିତିସଭ୍ୟା ମମତାମୟୀ ଜେନା, ସିଆରସିସି ମଳୟ କୁମାର ଜେନା, କବି ଅନ୍ତର୍ଯ୍ୟାମୀ ବେଜ, ବିଶ୍ୱରଞ୍ଜନ ଦାଶ ଓ ସଞ୍ଜୟ କୁମାର ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ବାସୁଦେବ ସାମଲ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ସରକାରଙ୍କ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ । ଶିକ୍ଷକନେତା ପ୍ରେମାନନ୍ଦ ଜୀବନ ଦାଶ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ ବେହେରା ଧନ୍ୟବାଦ ଦେଇଥିଲେ । ସି ଆର ସି ସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟ ଶିକ୍ଷକ ନେତା ପ୍ରେମାନନ୍ଦ ଜୀବନଦାଶଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ରାୟଗଡା ପ୍ରାକ୍ତନ ଶିକ୍ଷାଧିକାରୀ ଶିବାନନ୍ଦ ବଳ ମୁଖ୍ୟଅତିଥି,ପ୍ରାକ୍ତନ ପ୍ରଧାନଶିକ୍ଷକ ଉମାକାନ୍ତ ଖଟୁଆ ମୁଖ୍ୟବକ୍ତା ଓ ସରପଂଚ ମମତା ସାମଲ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ବିଭୁରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁରେଶ ରାଉତ, ବିଜୟ କର, ବଳରାମ ରାଉତ ଓ ପୁଷ୍ପଲତା ବାରିକ ପରିଚାଳନା କରିଥିବାବେଳେ ଯୋଗ ଦେଇଥିବା ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଚନ୍ଦ୍ରମଉଳି କଲ୍ୟାଣମଣ୍ଡପ ଓ ମନ୍ଦିର ନବୀକରଣ ଶୁଭ ଦେଲେ ବିଧାୟକ

Thu Oct 12 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଆରାଧ୍ୟ ଦେବତା ଚନ୍ଦନନଗରସ୍ଥ ଚନ୍ଦ୍ରମଉଳି ମହାଦେବଙ୍କ କଲ୍ୟାଣ ମଣ୍ଡପ ଓ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରମଉଳି କଲ୍ୟାଣମଣ୍ଡପ ଓ ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରି […]

KANIKA