
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଆରାଧ୍ୟ ଦେବତା ଚନ୍ଦନନଗରସ୍ଥ ଚନ୍ଦ୍ରମଉଳି ମହାଦେବଙ୍କ କଲ୍ୟାଣ ମଣ୍ଡପ ଓ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରମଉଳି କଲ୍ୟାଣମଣ୍ଡପ ଓ ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରି ଚନ୍ଦନନଗର ପଂଚାୟତ ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିବା ସହିତ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦସଦସ୍ୟ ରଞ୍ଜନ ବିଶ୍ୱାଳ,ସରପଂଚ ବନୋଜ ସେଠୀ, ସମିତି ସଭ୍ୟ ମାନସ ମଲିକ, ପଂଚାୟତ ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ସିଂହ, ଯୁବବିଜେଡି ସଭାପତି ବିଜୟ ନାଥ, ଅରୁଣ ବେହେରା, ସୁଶାନ୍ତ ଦାସ, ଶଶିକାନ୍ତ ପଣ୍ଡା, ଅରୁଣ ଦାସ, ସରୋଜ ପଣ୍ଡା, ହମିଦ ବେହେରା, ପ୍ରତାପ ନାଥ, ନିମାଇଁ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।











