କେନ୍ଦ୍ରାପଡା ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନ କାର୍ଯ୍ୟକ୍ରମ



କେନ୍ଦ୍ରାପଡା ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଆଜି ୧୧ ଘଟିକା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର କେନ୍ଦ୍ରାପଡାର ସମ୍ମିଳନୀ ଗୃହରେ ଜନ ଶିକ୍ଷଣ ସଂସ୍ଥାନରୁ ୨୦୨୨-୨୦୨୩ର ପାସ୍ କରିଥିବା ୧୬୦ ଜଣ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଏବଂ କୌଶଳ ଦିକ୍ଷାଂନ୍ତ ସମାରୋହ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡାର ଜିଲ୍ଲା ନିଯୁକ୍ତି ଅଧିକାରୀ ଘନଶ୍ୟାମ ସା ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପିଲାମାନେ ସମସ୍ତେ ରାଜ୍ୟ ସରକାରଙ୍କ ନିଯୁକ୍ତି ପାଇଁ ନାମ ପଞ୍ଜିକୃତ କରିବା ପାଇଁ ଏବଂ ନିୟୁ ଓଡିଶା ସ୍କିମ୍‌ରେ ଭାଗ ନେବା ପାଇଁ ପିଲାମାନଙ୍କୁ କହାଯାଇଥିଲା । ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ୍ ମ୍ୟାନେଜର ଗଣେଶ୍ୱର ବେହେରା ବକ୍ତବ୍ୟରେ କହିଥିଲେ ପିଲାମାନେ କିପରି ବ୍ୟାଙ୍କ ସହିତ ସଂଯୋଗ କରିବେ ଏବଂ ସେମାନଙ୍କୁ ଲୋନ କିପରି ଦିଆଯିବ ସେ ବିଶୟରେ କହିଥିଲେ । ଶେଷରେ ଜନ ଶିକ୍ଷଣ ସଂସ୍ଥାନର ପୋଗ୍ରାମ ଅଫିସର ସୌମ୍ୟ ରଞ୍ଜନ ସ୍ୱାଇଁ ପିଲାମାନଙ୍କୁ କୌଶଳ ବିକାଶ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଯାହାଉ ଫଳରେ ଏହି ପ୍ରୋଗ୍ରାମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।


Next Post

ବିଶ୍ୱ ଅଣ୍ଡା ଦିବସ - ୨୦୨୩

Fri Oct 13 , 2023
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ “ବିଶ୍ୱ ଅଣ୍ଡା ଦିବସ-୨୦୨୩” କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡ଼ମଙ୍ଗଳାସ୍ଥିତ କଳିଙ୍ଗ ପ୍ୟାଲେସ୍‌ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦୀପ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ମୁଖ୍ୟ କୃଷି […]

You May Like