
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଉପ୍ରା ବିଦ୍ୟାଳୟ ଠାରେ ଉତ୍କଳମଣି ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ନିରାକାର ସେଠୀ ମୁଖ୍ୟଅତିଥି, ବଡପଡା କଲେଜ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ,ମାଟିଆପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ ଶତପଥୀ, ବାଲିଆ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ନରହରି ଦାସ, ବଡପଡା ପଂଚାୟତ ଭାରପ୍ରାପ୍ତ ସରପଞ୍ଚ ସୋମନାଥ ଦାଶ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୋମଳମତି ଶିଶୁମାନଙ୍କ ମଧ୍ୟରେ ଥିବା ଦେବଦୁର୍ଲ୍ଲଭ ପ୍ରତିଭାର ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ରାଜ୍ୟ ସରକାରଙ୍କ ଏକ ଅଭିନଵ ପଦକ୍ଷେପ ବୋଲି ମତପ୍ରକାଶ କରି ଶିଶୁମାନଙ୍କୁ ଉଚିତ ମାର୍ଗଦର୍ଶନ ଦେଇ ଭଲ ମଣିଷ ଭାବେ ଗଢିତୋଳିବା ପାଇଁ ଉଭୟ ଶିକ୍ଷକ /ଶିକ୍ଷୟତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟବକ୍ତା, ସି ଆର ସି ସି ମଳୟ ଜେନା ଓ ରଞ୍ଜନ କୁମାର ସାହୁ,ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ରାଉତ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ I ସି ଆର ସି ସି ଏମ ଡି ମସିଉଲ୍ଲା ସ୍ୱାଗତଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସହକାରୀ ଶିକ୍ଷକ ପ୍ରମୋଦ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୬୩ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ସହକାରୀ ଶିକ୍ଷୟତ୍ରୀ ରଶ୍ମିରେଖା ମହାରଣା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ସାମଲ,ଚାରୁଲତା ଭୂୟାଁ,ରବୀନ୍ଦ୍ର ଓଝା, ମହେନ୍ଦ୍ର ଦାସ ପରିଚାଳନା କରିଥିବାବେଳେ ସତ୍ୟବ୍ରତ ସାମନ୍ତରାୟ,ଅଚ୍ୟୁତାନନ୍ଦ ପ୍ରଧାନ ସତ୍ୟବ୍ରତ ସ୍ୱାଇଁ ଓ ମନୋଜ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।











